ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୦ ହଜାର ୩୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୭୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୫୪୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୩୩୦୨ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୬୬ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୮୧୯, କଟକ- ୭୩୧, ଯାଜପୁର-୩୩୦, ପୁରୀ-୪୭୨, ଗଞ୍ଜାମ- ୨୦୩, ନୂଆପଡ଼ା- ୧୪୫, ବଲାଙ୍ଗୀର-୨୯୧, ବାଲେଶ୍ବର- ୨୬୯, ଅନୁଗୁଳ-୪୭୧, ବରଗଡ଼-୩୨୦, କଳାହାଣ୍ଡି- ୫୯୯, ଝାରସୁଗୁଡ଼ାରୁ -୩୧୨, ନବରଙ୍ଗପୁର- ୩୩୪ ଓ ସମ୍ବଲପୁର ଜିଲ୍ଲାରୁ ୪୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 250
7. Cuttack: 731
8. Deogarh: 114
9. Dhenkanal: 77
10. Gajapati: 56
11. Ganjam: 203
12. Jagatsinghpur: 159
13. Jajpur: 330
14. Jharsuguda: 312
15. Kalahandi: 599
16. Kandhamal: 54
17. Kendrapada: 162
18. Keonjhar: 204
19. Khurda: 1566
20. Koraput: 338— I & PR Department, Odisha (@IPR_Odisha) May 18, 2021
New recoveries: 11821
Cumulative tested: 10997876
Positive: 633302
Recovered: 526353
Active cases: 104539— I & PR Department, Odisha (@IPR_Odisha) May 18, 2021