ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ଚିହ୍ନଟ ହେଲେ ଆଉ ୧୧୦୮୬ କରୋନା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାର ବିପଦ ସଙ୍କେତ ଅତିକ୍ରମ କରିଛି। ରାଜ୍ୟରେ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ ହାର। ଦିନକୁ ଦିନକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢି ବଢି ଚାଲିଛି କୋଭିଡ୍ ପଜିଟିଭ୍ ସଂଖ୍ୟା । ଦିନକୁ ଦିନ ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୦୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୪୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୬୫୫ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୬୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫୪୮୭ କୁ ବୃଦ୍ଧି ପାଇଥିବା ବେଳେ ୧୦୬୬୦୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୮୦୯୧୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଦୁଇଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ଯା ୪ ଅଙ୍କ ପାର କରିଛି। ଖୋର୍ଦ୍ଧା ଜିଲ୍ଲାରୁ ୩୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଅଙ୍କ ପାର କରିଥିବ ସଂକ୍ରମିତ ଜିଲ୍ଲାଗୁଡ଼ିକ ହେଲା:  ଅନୁଗୁଳ- ୧୩୯, ବାଲେଶ୍ବର-୩୨୩, ବରଗଡ଼- ୧୨୫, ଭଦ୍ରକ- ୧୩୨,  ବଲାଙ୍ଗିର- ୩୦୦, କଟକ- ୭୬୬, ଢେଙ୍କାନାଳ- ୧୫୭,  ଗଞ୍ଜାମ- ୧୧୬, ଜଗତସିଂହପୁର- ୨୭୩, ଯାଜପୁର- ୨୭୫, ଝାରସୁଗୁଡା- ୧୩୧, କଳାହାଣ୍ଡି- ୨୫୩, କେନ୍ଦୁଝର-୨୨୩, କୋରାପୁଟ- ୧୯୬, ମୟୁରଭଞ୍ଜ- ୩୯୩, ନବରଙ୍ଗପୁର- ୧୩୭, ନୟାଗଡ଼- ୧୪୯, ପୁରୀ- ୧୮୮, ରାୟଗଡ଼ା- ୧୮୭, ସମ୍ବଲପୁର- ୩୦୨, ସୁବର୍ଣ୍ଣପୁର- ୧୫୩  ଓ ଷ୍ଟେଟପୁଲ୍- ୭୫୯ ।

Leave A Reply

Your email address will not be published.