ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୦ ହଜାର ୭୫୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୭୩୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୮୧ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲାରୁ ୯୭୩ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୮୩୨, ଖୋର୍ଦ୍ଧା- ୯୦୯, ଯାଜପୁର-୨୮୧, ପୁରୀ-୩୫୦, ଗଞ୍ଜାମ- ୨୦୯, ନୂଆପଡ଼ା- ୫୦୨, ବଲାଙ୍ଗୀର-୫୦୭, ବାଲେଶ୍ବର- ୩୫୪, ଅନୁଗୁଳ-୬୦୬, ବରଗଡ଼-୪୦୪, କଳାହାଣ୍ଡି- ୧୨୫, ଝାରସୁଗୁଡ଼ାରୁ -୩୮୮, ନବରଙ୍ଗପୁର- ୩୮୬ ଓ ସମ୍ବଲପୁର ଜିଲ୍ଲାରୁ ୪୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Leave a comment