ଚିନ୍ତା ବଢ଼ାଇଲାଣି କରୋନା: ରାଜ୍ଯରେ ଆଜି ୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ପଜିଟିଭ

ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୨ ହଜାର ମୁହାଁ ହେଲାଣି। ରାଜ୍ଯରୁ ଆଜି ୧୭୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୧୦୧୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୭୨୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୫୧,୩୦୨ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୨୬୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା- ୨୦୪, ବାଲେଶ୍ବର-୧୫୮ ଓ କଳାହାଣ୍ଡି ଜିଲାରୁ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
Covid-19 Report For 11th April
New Positive Cases: 1741
In quarantine: 1015
Local contacts: 726(Details of local contacts will be shared by concerned Dist Administration)
District Wise Cases:
1. Angul: 43
2. Balasore: 158
3. Bargarh: 97
4. Bhadrak: 11
5. Balangir: 93— I & PR Department, Odisha (@IPR_Odisha) April 12, 2021
22. Mayurbhanj: 39
23. Nawarangpur: 80
24. Nayagarh: 7
25. Nuapada: 96
26. Puri: 54
27. Rayagada: 35
28. Sambalpur: 121
29. Sonepur: 13
30. Sundargarh: 268
31. State Pool: 46New recoveries: 459
Cumulative tested: 9400456
Positive: 351302
Recovered: 340062
Active cases: 9259— I & PR Department, Odisha (@IPR_Odisha) April 12, 2021