ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୦ ହଜାର ୩୧ ଜଣ ନୂଆ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୦୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୪୦୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୩୨୯ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୮୨୪, କଟକ-୭୨୦, ଯାଜପୁର-୩୨୮, ପୁରୀ-୭୦୮, ଗଞ୍ଜାମ- ୨୦୯, ନୂଆପଡ଼ା- ୩୧୧, ବଲାଙ୍ଗୀର-୨୭୪, ବାଲେଶ୍ବର-୨୩୦, ଅନୁଗୁଳ-୪୫୬, ଭଦ୍ରକ-୨୪୮, ବରଗଡ଼-୪୫୦, କଳାହାଣ୍ଡି- ୪୩୩, ଝାରସୁଗୁଡ଼ାରୁ ୪୧୮, ନବରଙ୍ଗପୁର- ୩୦୬ ଓ ସମ୍ବଲପୁର ଜିଲ୍ଲାରୁ ୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 183
7. Cuttack: 720
8. Deogarh: 118
9. Dhenkanal: 244
10. Gajapati: 89
11. Ganjam: 209
12. Jagatsinghpur: 115
13. Jajpur: 328
14. Jharsuguda: 418
15. Kalahandi: 433
16. Kandhamal: 75
17. Kendrapada: 243
18. Keonjhar: 166
19. Khurda: 1329
20. Koraput: 142— I & PR Department, Odisha (@IPR_Odisha) May 10, 2021
New recoveries: 8541
Cumulative tested: 10566215
Positive: 544873
Recovered: 447863
Active cases: 94760— I & PR Department, Odisha (@IPR_Odisha) May 10, 2021