ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଭାରତରେ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୧ ହଜାର ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୯ଆକ୍ରାନ୍ତଙ୍କ  ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା  ୧ ଲକ୍ଷ ୭୧ ହଜାର ୦୫୮ କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ ରେ ପହଞ୍ଚିଛି। ସେହିପରି ମୋଟ  ୧ କୋଟି ୨୨ ଲକ୍ଷ ୫୨ ହଜାର ୬୯୭ ଜଣ  ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨ ଲକ୍ଷ ୬୪ ହଜାର ୬୯୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Leave A Reply

Your email address will not be published.