ଆଜି ରାଜଧାନୀରେ କରୋନାରୁ ସୁସ୍ଥ ଅଧିକ, ସଂକ୍ରମଣ କମ

ଭୁବନେଶ୍ୱର ପାଇଁ ଖୁସି ଖବର । ଆଜି ରାଜଧାନୀରେ କରୋନାରୁ ଅଧିକ ସୁସ୍ଥ ହୋଇଥିବା ବେଳେ ସଂକ୍ରମଣ କମ ରହିଛି । ଗୋଟିଏ ଦିନରେ ୯୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୮୬୪ ଜଣ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୭୩୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।