ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ଭୟ; ଆଜିଠୁ ଭୁବନେଶ୍ବର ବିମାନ ବନ୍ଦରରେ ପୁଣି ଆରମ୍ଭ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣି କରୋନା‌ । ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ଓ ନାଇଟ କର୍ଫ୍ଯୁ ଫେରିଛି। ଦିଲ୍ଲୀରେ ମଧ୍ଯ ନିୟମ କଡ଼ାକଡ଼ି ହୋଇଛି, କରୋନା ନେଗେଟିଭ ରିପୋର୍ଟ ବାଧ୍ଯତାମୂଳକ କରାଯାଇଛି। ଏ ନେଇ ରାଜ୍ଯରେ ମଧ୍ଯ କଡ଼ା ପଦକ୍ଷେପ ନିଆଯାଉଛି ।  

ବିଏମସି କମିଶନର ସୂଚନା ଅନୁଯାୟୀ , ଏୟାରପୋର୍ଟରେ ଆଜି ସଂନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ନଜର ଆସେ କିମ୍ବା ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଏ । ତେବେ ତୁରନ୍ତ ସେମାନଙ୍କର ଟେଷ୍ଟିଂ କରାଯିବ । ଗତ ୧ ମାସ ମଧ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ଆମେ ସମସ୍ତ ଘଟଣା ଉପରେ ନଜର ରଖିଛୁ । ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ରହିଛି ।  ରେଳ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ନେଇନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.