ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ କରୋନା ସ୍ଥିତିରେ ସୁଧାର ଆସିଛି, ତଥାପି ସତର୍କ ରହିବାକୁ ପଡିବ : ବିଏମସି ଡେପୁଟି କମିଶନର

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଭୁବନେଶ୍ବରେ କରୋନା ସ୍ଥିତିରେ ସୁଧାର ଆସିଛି। ତଥାପି ସତର୍କ ରହିବାକୁ ହେବ। ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି। ରାଜଧାନୀରେ ୪ ଟି ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ ଓ ୨ ଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ଅଛି। ସଂକ୍ରମଣକୁ ଚେକ ଦେବାକୁ ଯାଇ ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ୩୦୦ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି। ସେଥି ମଧ୍ୟରୁ ଅନେକ ପ୍ରତ୍ୟାହୃତ ହୋଇ ବର୍ତ୍ତମାନ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି।

ଦକ୍ଷିଣପୂର୍ବ ଯୋନରେ ୪୦ ଟି, ଦକ୍ଷିଣପଶ୍ଚିମ ଯୋନରେ ୬୨ ଟି ଏବଂ ଉତ୍ତର ଯୋନରେ ୩୩ ଟି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ରହିଛି। ସେହିଭଳି ବିଭିନ୍ନ ହସ୍ପିଟାଲରେ ମାତ୍ର ୪୮୨ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସଂଗରୋଧରେ ଅଛନ୍ତି। ପୂର୍ବଭଳି ରେପିଡି ରେସ୍‌ପନ୍ସ ଟିମ ବା RRT ସକ୍ରିୟ ରହି ସଂଗରୋଧରେ ଥିବା ସଂକ୍ରମିତଙ୍କ ନଜରରେ ରଖିଛନ୍ତି। ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ଆମକୁ ସତର୍କ ରହିବାକୁ ହେବ। ଏଣୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି।

ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ି ଜରିଆରେ କୋଭିଡ ସଚେତନତା କରାଯାଉଛି। ସେଭଳି ଦାସକାଠିଆ ଓ ଲୋକକଳା ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି। ଏହା ସହିତ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେପଟେ ଟୀକାକରଣ ଓ ଟେଷ୍ଟିଂ ବ୍ୟାପକ ହୋଇଛି। ଅଧିକ ହସ୍ପିଟାଲ, ବିମାନବନ୍ଦର, ରେଳଷ୍ଟେସନ ଏବଂ ଦୈନିକ ବହୁ ଲୋକଙ୍କ ଯାତାୟତ ଫଳରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ସହର ଅପେକ୍ଷାକୃତ ଅଧିକ ରହୁଥିବା କହିଛନ୍ତି ବିଏମସି କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ।

Leave A Reply

Your email address will not be published.