ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ଉଜାଡି ଦେଲା ସୁନାର ସଂସାର, ବାପା ମା’ ଙ୍କୁ ହରାଇ ଅନାଥ ହେଲେ ୩ଟି ସନ୍ତାନ

ଭଦ୍ରକ :ମହାମାରୀ କରୋନା ଉଜାଡି ଦେଇଛି ସୁଖ ଦୁଃଖର ସଂସାର । ଆଉ ଛାଡିଦେଇ ଯାଇଛି ସଂସାର ର ବୋଝ, ଅନାଥ ହୋଇଛନ୍ତି ୩ ଟି ସନ୍ତାନ । ଠିକ ଗୋଟିଏ ବର୍ଷ ପୂର୍ବେ କେଉଁ ଅଜଣା ରୋଗରେ ମାଆ ଆରପାରିକୁ ଚାଲିଯାଇଥିବାବେଳେ, ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ବାପା । ଯାହାକି ବୃଦ୍ଧ ବାପା ମାଆ ଜଣେ ରୋଜଗାରିଆ ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ପୁଅ ବୋହୁ କୁ ହରାଇ ବୃଦ୍ଧ ଦମ୍ପତି ଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ, ବୟସର ଅପରାହ୍ନ ରେ ପହଂଚିଥିବା ଏହି ବୃଦ୍ଧଦମ୍ପତିଙ୍କ ପାଇଁ ଅନାଥ ହୋଇଥିବା ୩ ଟି ସନ୍ତାନ ସନ୍ତତି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେବେ ଏଭଳି ସ୍ଥିତିରେ ସରକାରଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି ।

ଏଭଳି କରୁଣ ପରିସ୍ଥିତିରେ ବୃଦ୍ଧ ଦମ୍ପତିଙ୍କ ଆକୁଳ ନିବେଦନ ମୋତେ ଟିକିଏ ସାହାଯ୍ୟ କର, ବାବୁ ମୋ ଗୁହାରି ଟିକେ ଶୁଣ,ମୋ ନାତି ନାତୁଣୀଙ୍କ ପାଇଁ ଦୟାକର । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ନନ୍ଦପୁର ଗ୍ରାମରେ। ଏହି ଗ୍ରାମର ଶୁକଦେବ ନାଥ, ପତ୍ନୀ,ଏକ ମାତ୍ର ପୁଅ ମନୋଜ,୨ଜଣ ନାତୁଣୀ, ନାତି କୁ ନେଇ ତାଙ୍କ ପରିବାର । ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାର ର ଭରଣପୋଷଣ କରୁଥିବା ବେଳେ, କରୋନା ରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ. ତେବେ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ମାସ ଗତ ୩ ତାରିଖ ଦିନ ମନୋଜଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମର ଶରୀର କୁ ଗାଁ କୁ ନ ଆଣି, ଜିଲ୍ଲାପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ କରାଯାଇଥିଲା।ଏଭଳି ଖବର ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିବା ବେଳେ, ଏକ ମାତ୍ର ପୁଅକୁ ହରାଇ ବୃଦ୍ଧ ଦମ୍ପତି ଦୁଃଖ ରେ ମ୍ରିୟମାଣ ହୋଇପଡିଛନ୍ତି । ପୂର୍ବରୁ ବୋହୁ କନକଲତା ଗୋଟିଏ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ କେଉଁ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ, ଏଵେ ପୁଅ କୁ ହରାଇ ବୃଦ୍ଧ ଦମ୍ପତି ଙ୍କ ଜୀବନ ଦୁର୍ବିସହ ହୋଇପଡିଛି. ଅନ୍ୟପଟେ କୌଣସି ରୋଜଗାର ନ ଥିବା ଏହି ବୃଦ୍ଧ ଦମ୍ପତି ଙ୍କ ପାଇଁ ଏହି ୩ଟି ସନ୍ତାନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି. ଏଭଳି ସ୍ଥିତି ରେ ଏହି ୩ ଟି ନାତି ନାତୁଣୀ ଙ୍କ ଭରଣ ପୋଷଣ ଚିନ୍ତାରେ ଶୁକଦେବ ସାହାଯ୍ୟ ସହଯୋଗକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଏହି ପରିବାର କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ତେବେ ମନୋଜଙ୍କ କରୋନାରେ ମୃତୁ ହେବା ପରେ, ଏକ ସ୍ୱତନ୍ତ୍ର ଟିମ ମନୋଜ ଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛି । କରୋନା ମହାମାରୀ ରେ ଅନାଥ ହୋଇଥିବା ପରିବାରଙ୍କ ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଥାଶୀଘ୍ର ଏହି ଅନାଥ ହୋଇଥିବା ପରିବାର ପ୍ରତି, ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରIଯିବା ବୋଲି ଜିଲ୍ଲାପାଳ ଡ଼.ଜ୍ଞାନ ଦାସ କହିଛନ୍ତି ।

Leave A Reply

Your email address will not be published.