ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଇତି ପର୍ବ କଟକଣା : ୧୩ ଓ ୧୪ରେ ମା’ ତାରିଣୀଙ୍କୁ ଦର୍ଶନ କରିପାରିବେନି ଭକ୍ତ

ଘଟଗାଁ/କେନ୍ଦୁଝର : ଘଟଗାଁ ମା ତାରିଣୀଙ୍କ ଚଇତିପର୍ବ ପାଇଁ ନିୟମାବଳୀ ଜାରି କଲା ଜିଲ୍ଲା ପ୍ରଶାସନ । ଚଇତି ପର୍ବ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।  ୯ ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ।

ଚଇତିପର୍ବରେ ମନ୍ଦିର ଭିତରକୁ ଭୋଗ ମନା କରାଯାଇଛି, ୯ ଏପ୍ରିଲ ରୁ ୧୨ ଏପ୍ରିଲ , ଏବଂ ୧୫ ଏପ୍ରିଲ ସକାଳ ୭ ଘଟିକା ରୁ ଦିବା ୧୨.୩୦ ଏବଂ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ୧୩ ଏପ୍ରିଲ ମଙ୍ଗଳବାର ଏବଂ ୧୪ ଏପ୍ରିଲ ପଣାସଂକ୍ରାନ୍ତି ରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏଥିସହ ମନ୍ଦିର ପରିସରରେ ଥିବା ସମସ୍ତ ଭୋଗ ଦୋକାନ ବନ୍ଦ ରହିବ । ଏହାବ୍ୟତୀତ ଚଇତି ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି। ସେବାୟତ, କର୍ମକର୍ତ୍ତା, କର୍ମଚାରୀ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି।

ଏ ସମ୍ପର୍କରେ ରବିବାର ତାରିଣୀ ଠାକୁରାଣୀ ଟ୍ରଷ୍ଟ କାର୍ଯ୍ୟାଳୟ ଘଟଗାଁ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ର ଅଧକ୍ଷ ରାଜେନ୍ଦ୍ର ପଟନାୟକ,ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂ,ବଳଭଦ୍ର ନନ୍ଦ,କ୍ଷୀରୋଦ ପ୍ରସାଦ ଦାଶ,ନିର୍ମଲ ମହାନ୍ତି ଓ ମନ୍ଦିର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତି ରେ କଟକଣା ବାବଦରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.