ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ କରୋନା

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟକୁ ଛୁଇଁଲା କରୋନା। ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସରଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ପ୍ରଫେସରଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଆସନ୍ତାକାଲି ବିଶ୍ବବିଦ୍ୟାଳୟରେ କରୋନା ଟେଷ୍ଟ ହେବ ବୋଲି ଜଣାପଡିଛି। ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ପ୍ରାୟ ଦୁଇ ଶହ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ପ୍ରତିଦିନ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଯାହା ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ୨୯୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ୧୭୪ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୯୧୭ରେ ପହଞ୍ଚିଥିବା ବେଳେ ୩,୩୬,୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହିତ ୨୦୧୩ ଜଣ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ୨୯୭ ଆକ୍ରାନ୍ତଙ୍କ ମଧ୍ୟରୁ କଳାହାଣ୍ଡିରୁ ସର୍ବାଧିକ ୫୭ ଜଣ ରହିଛନ୍ତି। ସେହିପରି ଅନୁଗୁଳରୁ ୯, ବାଲେଶ୍ବରରୁ ୬, ବରଗଡ଼ରୁ ୧୮, ଭଦ୍ରକରୁ ୨, ବଲାଙ୍ଗୀରରୁ ୫, କଟକରୁ ୧୭, ଢେଙ୍କାନାଳରୁ ୧, ଗଞ୍ଜାମରୁ ୭, ଜଗତସିଂହପୁରରୁ ୨, ଯାଜପୁରରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୩, କୋରାପୁଟରୁ ୫, ମୟୂରଭଞ୍ଜରୁ ୭, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୨, ନୂଆପଡ଼ାରୁ ୩୧, ପୁରୀରୁ ୬, ସମ୍ବଲପୁରରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି। ଅପର ପକ୍ଷରେ ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩୮ ଏବଂ ଷ୍ଟେଟ୍‌ ପୁଲରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.