ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିନ୍ତା ବଢାଉଛି କରୋନା; ରେଭେନ୍ସା କ୍ୟାମ୍ପସରୁ କରୋନା ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ

କଟକ: ଚିନ୍ତା ବଢାଇଛି କରୋନା। ଏବେ ଶିକ୍ଷାନୁଷ୍ଠାନ ଗୁଡିକରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନକୁ ଏକ ପ୍ରାକାର ଚିନ୍ତାରେ ପକାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁଜି ଓ ପିଜି ରେଗୁଲାର୍, ବ୍ୟାକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

କୋଭିଡ୍ ସ୍ଥିତିରେ ସୁଧାର ପରେ ପରୀକ୍ଷା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ର କହିଛନ୍ତି । କେବେ ହେବ ପରୀକ୍ଷା ନିଷ୍ପତ୍ତି ପାଇଁ ଆଜି  ବୈଠକ ବସୁଛି ।

ପୂର୍ବରୁ ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ(XIMB) କରୋନା ଆକ୍ରାନ୍ତ ବାହାରିଥିଲେ ।

Leave A Reply

Your email address will not be published.