କେନ୍ଦୁଝର ଜିଲ୍ଲା କାରାଗାରର ୯ ଅନ୍ତେବାସୀ କରୋନା ଆକ୍ରାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା । ସେଥିରୁ ୯ ଜଣ ବନ୍ଦୀ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ଜେଲ ମଧ୍ୟରେ ଏକ ସ୍ଵତନ୍ତ୍ର ସଂଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଅନ୍ୟ ଏକ ରୁମରେ ଡାକ୍ତରଙ୍କ ତଦାରଖରେ ଅଛନ୍ତି । ବର୍ତ୍ତମାନ କେନ୍ଦୁଝର ଜେଲରେ ୫୬୫ ଜଣ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ଜଣେ ଶିଶୁ ଥିବାବେଳେ ୫୫୨ ଜଣ ପୁରୁଷ ବନ୍ଦୀ ରହିଛନ୍ତି। ଏ ବାବଦରେ କେନ୍ଦୁଝର ଜେଲେର ଅମୀୟ ବେରାଙ୍କୁ ପଚାରିବାରୁ ୯ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଓ ସେମାନେ ସମସ୍ତେ ସୁସ୍ଥ ଥିବା କହିଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା ଦେଇଛନ୍ତି ।

Leave a comment