ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟକୁ ପୁଣିଥରେ ଫେରିପାରେ ଲକ୍‌ଡାଉନ୍ !

ଭୁବନେଶ୍ବର : ଦେଶରେ କେତେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ମହାରାଷ୍ଟ୍ର ପରେ କରୋନାକୁ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । CBK-Mohanty

ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକଡାଉନକୁ ଏଡାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।

lock down

ସେହିପରି ଯେଉଁମାନେ ଟୀକା ନେଇଛନ୍ତି, ସେମାନଙ୍କ ଅନୁମତିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । କେତେ ଆଣ୍ଟିବଡି ମାତ୍ରା ହୋଇଛି ସେନେଇ ମଧ୍ୟ ପରୀକ୍ଷା କରାଯାଉଛି । ଦୈନିକ ୧୦୦ ଜଣଙ୍କ ରକ୍ତ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ସାରା ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ସଚିବ ଏନେଇ ନିର୍ଦେଶନାମା ଜାରି କରିଛନ୍ତି।odisha

ଅନ୍ୟପଟେ କେରଳ ଓ ମହାରାଷ୍ଟ୍ରରେ ଦ୍ଵିତୀୟ ଲହରୀ ଆସି ମୃତ୍ୟୁ ହାର ବଢିଛି ଓ ସଂକ୍ରମଣ ହାର ବି ବଢିଛି। ଆମର ବି ଏଠି କାଁ ଭାଁ ଦେଖାଯାଉଛି। ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ନ ହେଲେ ବଢିଲେ କିଛି କରି ହେବନି । ଗୋଟେ ବର୍ଷ ବନ୍ଦୀ ହୋଇ ରହିଲେ ଜନସାଧାରଣ, ପରେ ଜୀବନ ଜୀବିକା ପାଇଁ ନିୟମ କୋହଳ କରିଥିଲେ ସରକାର। ହେଲେ ସରକାର ନିୟମ ଭାଙ୍ଗିବାକୁ କାହାକୁ କହି ନଥିଲେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

Leave A Reply

Your email address will not be published.