ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ଜାନୁଆରୀରେ ବଢିପାରେ କରୋନା ସଂକ୍ରମଣ, ଆଗାମୀ ୪୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ କରୋନା ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାରି ମଧ୍ଯରେ ଜାନୁଆରୀ ମଧ୍ୟଭାଗରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି। ପୂର୍ବ ଧାରାକୁ ବିଶ୍ଳେଷଣ କରିବା ପରେ ଏହି ଆକଳନ କରାଯାଇଛି। ଆଗାମୀ ୪୦ ଦିନ ଦେଶ ପାଇଁ ବେଶ ଗୁରୁତ୍ବ ପୂର୍ଣ୍ଣ।

ସୂଚନା ଅନୁଯାୟୀ, ଦେଶରେ ଆଉ ଏକ କରୋନା ୱେଭ୍ ହୋଇପାରେ। ଏଭଳି ପରିସ୍ଥିତିରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ସମୀକ୍ଷା କରାଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ପ୍ରତିହତ କରିବା ପାଇଁ ଭାରତ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଦେଶର ସମସ୍ତ ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କର ରାପିଡ ଟେଷ୍ଟିଙ୍ଗ୍‌‌ ମଧ୍ୟ ଆରମ୍ଭ କରିଛନ୍ତି। ଏଥିସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଦେଖାଯାଇଛି ଯେ‌, ପୂର୍ବ ଏସିଆକୁ ପ୍ରଭାବିତ କରିବାର ୩୦ ରୁ ୩୫ ଦିନ ପରେ ନୂତନ ତରଙ୍ଗ ଭାରତରେ ପହଞ୍ଚିଛି। ଏହା ଏକ ଟ୍ରେଣ୍ଡ ହୋଇଛି, ଯାହା ଆଧାରରେ ଏହି ଦାବି କରାଯାଉଛି।  ଏହାରି ମଧ୍ଯରେ ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିଶିଲ୍ଡର ଦୁଇ କୋଟି ଡୋଜ୍ କେନ୍ଦ୍ର ସରକାରଙ୍କୁ ମାଗଣାରେ ଦେବାକୁ ଘୋଷଣା କରିଛି। ସାରା ବିଶ୍ୱରେ ସଂକ୍ରମଣ ମାମଲା ବ୍ୟାପିବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.