ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ୩ ହଜାର ମୁହାଁ ଦୈନିକ କରୋନା ମୃତ୍ଯୁ ସଂଖ୍ଯା, ୨୪ ଘଣ୍ଟାରେ ୨, ୮୧୨ ଆକ୍ରାନ୍ତଙ୍କ ମୃତ୍ଯୁ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ୩ ଲକ୍ଷ ଟପିଲାଣି। ଗତ ୨୪ ଘଣ୍ଟାରେ ଆଉ ୩ ଲକ୍ଷ ୫୨ ହଜାର ୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୮୧୨ ଆକ୍ରାନ୍ତଙ୍କ  ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୯୫ ହଜାର ୧୨୩ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ  ୧ କୋଟି ୪୩ ଲକ୍ଷ ୪  ହଜାର ୩୮୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୮ ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave A Reply

Your email address will not be published.