ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଞ୍ଜାମକୁ ଫେରିଲା କଟକଣା : ପ୍ରବାସୀଙ୍କ ଆସିବା ଉପରେ ଲାଗିଲା ରୋକ୍‌

ଗଞ୍ଜାମ : ପୁଣିଥରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ଆଗୁଆ ସତର୍କ ହୋଇଛି ଗଞ୍ଜାମ। ପୂର୍ବ ଥର ଭଳି ଗଞ୍ଜାମ ଯେପରି କରୋନାର ହଟସ୍ପଟ୍‌ ନପାଲଟୁ ସେଥିପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଆଜି ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ଏହି ବୈଠକରେ ବାହାର ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲାରୁ ପ୍ରବାସୀମାନଙ୍କୁ ଗଞ୍ଜାମ ଜିଲ୍ଲାକୁ ଆସିବାକୁ ରୋକ୍‌ ଲାଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯଦି କେହି ଆସନ୍ତି ତାହାହେଲେ ସାଙ୍ଗରେ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲ୍ଲା ପ୍ରଶାସନ ବାଧ୍ୟ କରିଛି । ଜିଲ୍ଲାରେ କରୋନାକୁ ନେଇ ଲୋକେ ସଚେତନ ହେଉନାହାନ୍ତି । ତେଣୁ ପ୍ରଶାସନ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛି । ଦଣ୍ଡଯାତ୍ରା, ଠାକୁରାଣୀ ଯାତ୍ରା କିମ୍ବା ଚୈତ୍ର ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀଙ୍କୁ ନ ଆସିବା ପାଇଁ ପ୍ରଶାସନ ଅନୁରୋଧ କରିଛି । ଏନେଇ ଜିଲ୍ଲାର ସମସ୍ତ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲାପାଳ ଭିଡ଼ିଓ କନଫେରନସିଂ ଜରିଆରରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.