ରାଜ୍ୟରେ କରୋନା ନେଲା ଆଉ ୨୧ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ଆଉ ୨୧ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ  ଲୋଖାଏ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ବରଗଡ଼, ବଲାଙ୍ଗିର, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୩୭୮କୁ ବୃଦ୍ଧି ପାଇଛି।

Leave a comment