ରାଜ୍ୟରେ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତକଙ୍କ ଭିତରେ ୨ ଜଣ ଭୁବନେଶ୍ୱରରୁ ଅଛନ୍ତି । ନୂଆପଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।  ବୌଦ୍ଧ, ପୁରୀ, ବାଲେଶ୍ବର, ଗଞ୍ଜାମ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।  ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୨୩୨କୁ ବୃଦ୍ଧି ପାଇଛି।

Leave a comment