ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ଖସୁଛି ସଂକ୍ରମଣ, ଥମୁନି ମୃତ୍ଯୁ: କରୋନା ନେଲା ଆଉ ୬୭ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା  ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୭ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୩୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ବାଲେଶ୍ୱର ଜିଲାରୁ ଆଉ  ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୮, ବରଗଡ ଜିଲାରୁ ୭ ଏବଂ ନବରଙ୍ଗପୁର ଜିଲାରୁ ୬ ଜଣ ରହିଛନ୍ତି । ସେହିଭଳି ଅନୁଗୁଳ, ପୁରୀ ଓ ରାୟଗଡା ଜିଲାରୁ ୫ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣ ହାନି ଘଟିଛି । ଅନୁରୂପ ଭାବରେ ଢେଙ୍କାନାଳରୁ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କନ୍ଧମାଳ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.