bitcoin
Bitcoin (BTC) 2,239,709.31 0.28%
ethereum
Ethereum (ETH) 137,872.16 0.05%
tether
Tether (USDT) 77.63 0.07%
usd-coin
USD Coin (USDC) 77.71 0.08%
bnb
BNB (BNB) 23,481.62 0.27%
xrp
XRP (XRP) 29.87 1.54%
binance-usd
Binance USD (BUSD) 77.79 0.06%
cardano
Cardano (ADA) 35.59 1.46%
solana
Solana (SOL) 3,234.19 0.42%
dogecoin
Dogecoin (DOGE) 6.33 4.68%

ବଢୁଛି କରୋନା ମାମଲା : ଦିଲ୍ଲୀରୁ ଆସୁଛି ଦେଶର ଅଧା ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। କ୍ରମାଗତ ପଞ୍ଚମ ଦିନରେ ନୂଆ ମାମଲା ୩ ହଜାର ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ ସଂକ୍ରମିତ ମଧ୍ୟ ପ୍ରାଣ ହରାଇଛନ୍ତି। ଏହା ସହିତ ସକ୍ରିୟ ରୋଗୀସଂଖ୍ୟା ୧୯,୦୯୨ରୁ ୧୯,୫୦୦କୁ ବୃଦ୍ଧି ପାଇଛି। ଦିନକରେ ସକ୍ରିୟ ମାମଲା ୪୦୦ ବଢିଛି। ଏ ପର୍ଯ୍ୟନ୍ତ ୪, ୨୫, ୩୮, ୯୭୬ ରୋଗୀ ସୁସ୍ଥ ହୋଇଥିବା ବେଳେ ୫,୨୩,୮୬୯ ସଂକ୍ରମିତ ପ୍ରାଣ ହରାଇଲେଣି। ସୋମବାର ଦେଶର ସଂକ୍ରମଣ ହାର ୧.୦୭ ପ୍ରତିଶତ ରହିଛି। ଏହା ରବିବାର ୦.୭୧ ପ୍ରତିଶତ ଥିଲା। ସେହିପରି ସାପ୍ତାହିକ ସଂକ୍ରମଣ ହାର ୦.୬୮ ରୁ ୦.୭୦ ପ୍ରତିଶତରେ ପହଞ୍ଚିଛି। ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ କରୋନାର ନୂଆ ହଟସ୍ପଟ୍‌ ପାଲଟିଛି। ରବିବାର ଦିଲ୍ଲୀରୁ ସର୍ବାଧିକ ୧୪୮୫ ମାମଲା ଆସିଥିଲା। ଏହା ବ୍ୟତୀତ ହରିୟାଣାରୁ ୪୭୫, କେରଳରୁ ୩୧୪, ଉତ୍ତରପ୍ରଦେଶରୁ ୨୬୮, ମହାରାଷ୍ଟ୍ରରୁ ୧୬୯ ଏବଂ କର୍ଣ୍ଣାଟକରୁ ୧୦୪ ମାମଲା ରେକର୍ଡ କରାଯାଇଥିଲା। ତେବେ ମୃତ୍ୟୁସଂଖ୍ୟାରେ କେରଳ ଆଗରେ ରହିଛି। ରବିବାର କେବଳ କେରଳରୁ ୨୧ ସଂକ୍ରମିତ ପ୍ରାଣ ହରାଇଥିଲେ।

ରବିବାର ଦିଲ୍ଲୀର ସଂକ୍ରମଣ ହାର ୪.୮୯ ପ୍ରତିଶତ ଥିଲା। ଶନିବାର ଏଠାରୁ ୧୫୨୦ ରୋଗୀ ଚିହ୍ନଟ ହୋଇଥିଲେ। ଏଠାରେ ସକ୍ରିୟ ରୋଗୀସଂଖ୍ୟା ୫,୯୯୭କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଏବେ ୯୨୦ କଣ୍ଟେନମେଣ୍ଟ ରହିଛି। ତେବେ ରବିବାର ଦିଲ୍ଲୀର କୌଣସି କରୋନା ରୋଗୀ ପ୍ରାଣ ହରାଇନାହାନ୍ତି। ସଂକ୍ରମଣକୁ ଦେଖି ଦିଲ୍ଲୀ ସରକାର ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରିଛନ୍ତି।

ଅନ୍ୟପକ୍ଷରେ ସଂକ୍ରମଣ ବୃଦ୍ଧିକୁ ଉତ୍ତରପ୍ରଦେଶ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ୟୁପିର ଗୌତମ ବୁଦ୍ଧ ନଗରରେ ମେ’ ୩୧ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ବିନା ଅନୁମତିରେ କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରାଯାଇପାରିବ ନାହିଁ। ସାର୍ବଜନୀନ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପୂଜାପାଠ ଓ ନମାଜ ଉପରେ ରୋକ ଲଗାଯାଇଛି। କରୋନା କଟକଣା ଅନୁଯାୟୀ ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ  ବାଧ୍ୟତା ମୂଳକ କରାଯାଇଛି। ମାସ୍କ ବ୍ୟବହାର ନ କଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଗତ ସପ୍ତାହରେ କରୋନା ସଂକ୍ରମଣ ୪୧ ପ୍ରତିଶତ ବୃଦ୍ଧି ପାଇଛି। ତେବେ ମୃତ୍ୟୁସଂଖ୍ୟା କୌଣସି ବୃଦ୍ଧି ଘଟିନାହିଁ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଏପ୍ରିଲ ୨୫ରୁ ମେ’୧ ମଧ୍ୟରେ ୨୨,୨୦୦ ନୂଆ ମାମଲା ଚିହ୍ନଟ ହୋଇଥିଲା। ଏହା ଗତ ସପ୍ତାହର ୧୫,୮୦୦ ତୁଳନାରେ ୪୧ ପ୍ରତିଶତ ଅଧିକ। ଏହାର ପୂର୍ବ ସପ୍ତାହରେ ସଂକ୍ରମଣ ୯୬ ପ୍ରତିଶତ ବୃଦ୍ଧି ପାଇଥିଲା। ନୂଆ ମାମଲାରୁ ୬୮ ପ୍ରତିଶତ ଦିଲ୍ଲୀ, ହରିୟାଣା ଏବଂ ୟୁପିରୁ ଆସୁଥିଲା।

Leave a comment