ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିପାରେ ସଂକ୍ରମଣ, ପ୍ରସ୍ତୁତ ରଖାଯାଉଛି ସ୍ୱାସ୍ଥ୍ୟ ଭିତ୍ତିଭୂମି

ଭୁବନେଶ୍ବର :  ରାଜ୍ୟରେ ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରି ରଖିଛନ୍ତି। ତା ସହ ହସ୍ପିଟାଲ ମଧ୍ୟ ରେଡି ହୋଇ ରହିଛି। ଯଦି ସଂକ୍ରମଣ ବଢେ ତାହାଲେ ହସପିଟାଲ ସବୁକୁ ତୁରନ୍ତ ଖୋଲା ଯିବ। ଏନେଇ ରାଜ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣାମଧ୍ୟମକୁ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ସୂଚନା ଦେଇ କହିଛନ୍ତି ଯେ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଲେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥାଏ। କରୋନାର ତିନୋଟି ଲହରରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି। ରାଜ୍ୟ ସରକାର କୋଭିଡର ମୁକାବିଲା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି। ଆମ ପାଖରେ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ୍‌ ରହିଛି। ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି।

ସବୁ ଜିଲ୍ଲାକୁ ମଧ୍ୟ ରାଜ୍ୟ ସରକାର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ରାଜ୍ୟରେ ସଂକ୍ରମଣ ୧୦ ରୁ ୨୦ ଭିତରେ ରହିଛି। କେହି ଜଣ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି। ତେଣୁ ରାଜ୍ୟ ସରକାର କୋଭିଡ ଜଗିବା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ଟିକାକରଣ ବଢ଼ାଯାଉଛି। ହେଲେ ସମସ୍ତେ କରୋନା କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

 

 

Leave A Reply

Your email address will not be published.