ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବଢୁଛି କରୋନା; କାନପୁର ଜେଲର ୧୦ କଏଦୀ କରୋନା ପଜିଟିଭ୍

କାନପୁର: କରୋନା ବୃଦ୍ଧି ପୁଣି ଥରେ ମୁଣ୍ଡବ୍ଯଥାର କାରଣ ପାଲଟିଛି। ପ୍ରତିଦିନ ପୁଣି ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟୁଛି। ବୁଧବାର କାନପୁର ଜେଲରେ ୧୦ ଜଣ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପରେ ଡିଜି ଜେଲ ପ୍ରତ୍ୟେକ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ଉକ୍ତ ଜେଲରୁ ୭ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା।

କାନପୁରରେ ଏବେ ୮୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩୩୧୨୩ରେ ପହଞ୍ଚିଛି। ସେଥିମଧ୍ୟରୁ ୩୨୧୯୫ ଜଣ  ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.