ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଷ୍ଟରଡୋଜ୍ ଭାବେ ‘କୋର୍ବେଭାକ୍ସ’କୁ ମଞ୍ଜୁରୀ

ନୂଆଦିଲ୍ଲୀ : ବାୟୋଲଜିକାଲ-ଇ ପ୍ରସ୍ତୁତ କୋଭିଡ ଟିକା କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଯେଉଁମାନେ କୋଭିସିଲ୍ଡ କିମ୍ବା କୋଭାକ୍ସିନ ଟିକାର ଦୁଇଟି ଡୋଜ୍‌ ନେଇ ସାରିଥିବେ ସେମାନେ ଦ୍ବିତୀୟ ଡୋଜ୍‌ର ୬ ମାସ ପରେ ବୁଷ୍ଟରଡୋଜ ଭାବେ କୋର୍ବେଭାକ୍ସ ଟିକା ନେଇପାରିବେ ବୋଲି କୁହାଯାଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯାଇପାରିବ। ଟିକାକରଣ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ସ୍ବଦେଶ ପ୍ରସ୍ତୁତ ଆରବିଡି ପ୍ରୋଟିନ ସବୟୁନିଟ୍ ଏହି ଟିକାକୁ ୧୨ ରୁ ୧୪ ବର୍ଷ ପିଲାଙ୍କ ପାଇଁ ମଞ୍ଜୁରୀ ଦିଆଯାଇଥିଲା।

ଏହାପରେ ଏବେ ଏହାକୁ ବୁଷ୍ଟର ଡୋଜ୍‌ ମାନ୍ୟତା ଦିଆଯାଇଛି। ଗତ ଜୁଲାଇ ୨୦ରେ କୋଭିଡ୍‌ କାର୍ଯ୍ୟକାରୀ ଗୋଷ୍ଠୀର ଅନୁଷ୍ଠିତ ବୈଠକରେ କୋଭିସିଲ୍ଡ ଅଥବା କୋଭାକ୍ସିନର ଦୁଇଟି ଡୋଜ ନେଇଥିବା ୧୮ରୁ ୮୦ ବର୍ଷ ବୟସ୍କଙ୍କ ଲୋକଙ୍କୁ କୋର୍ବେଭାକ୍ସ ଟିକା ତୃତୀୟ ଡୋଜ ଭାବେ ଦିଆଯାଇପାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.