ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଷ୍ଟର ରିଲିଜ୍ ପରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ବିବାଦ

ଭୁବନେଶ୍ବର: ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ । ବାରଙ୍ଗ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ନିର୍ମିତ ଚଳଚିତ୍ରକୁ ଅଞ୍ଜନା ମିଶ୍ର ବିରୋଧ କରିଛନ୍ତି। ଆଜି ଏକ ଖବରକାଗଜରୁ ସେ ଏ ବାବଦରେ ଜାଣିଥିବା କହିଛନ୍ତି। କିଏ ସିନେମା କରୁଛି, କାହିଁକି କରୁଛି, ମତେ କିଛି ଜଣା ନାହିଁ ବୋଲି ଅଞ୍ଜନା ମିଶ୍ର କହିଛନ୍ତି। ମୋ ସହ ଏ ବାବଦରେ କେହି କଥା ବି ହୋଇନାହାନ୍ତି। ଏଭଳି ଚଳଚିତ୍ର ନିର୍ମାଣକୁ ମୁଁ ବିରୋଧ କରୁଛି ଏବଂ ଅପିଲ କରୁଛି, ଏଭଳି ଉଦ୍ୟମରୁ ନିବୃତ ରୁହନ୍ତୁ। ନହେଲେ ମୁଁ ଆଇନ ର ସହାୟତା ନେବେ ବୋଲି ଅଞ୍ଜନା କହିଛନ୍ତି।

ଅନ୍ୟପଟେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ମୁଖ୍ୟ ଅକ୍ଷୟ ପରିଜା କହିଛନ୍ତି ଯେ, “ବାରଙ୍ଗ ୧୯୯୯” ଚଳଚ୍ଚିତ୍ର ରେ କାହାକୁ ଆକ୍ଷେପ କରାଯାଇ ନାହିଁ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଅଡିସନ୍ ବି ସରିନାହିଁ। ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଚଳଚ୍ଚିତ୍ର ନିର୍ମାଣ ହେବା ପରେ ଦେଖିବାକୁ ଅନୁରୋଧ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ଭଲ ବିଷୟବସ୍ତୁକୁ ନେଇ କାହାଣୀ କରାଯାଉଥିବା ସେ କହିଛନ୍ତି । ତେବେ ୨୦୨୩ ମାର୍ଚ୍ଚ ସୁଦ୍ଧା କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ ବୋଲି ଅକ୍ଷୟ ପରିଜା କହିଛନ୍ତି।

ସୂଚନା ଅନୁଯାୟୀ, ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଅପଲୋଡ କରିଥିଲେ। ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତ୍ତନ କରିଛି । ଏହା ପରୋକ୍ଷରେ ଅଞ୍ଜନା ମିଶଙ୍କୁ ଇଙ୍ଗିତ କରୁଥିବା ଫିଲ୍ମର ନିର୍ମାଣକୁ ନେଇ ଅଞ୍ଜନା ଉଦବେଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.