ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା

ଭୁବନେଶ୍ୱର: କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା । ସୁରକ୍ଷା ପାଇଁ ରହିଥିବା ଲୋକ ଲୁଟିନେଲା ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ମୁତାବକ CRPFର ସବ ଇନ୍ସପେକ୍ଟରଙ୍କ ଟଙ୍କା ଚୋରି ଘଟଣାରେ ଆଜି ହୋଇଛି ଫର୍ଦ୍ଦାଫାସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସୁରକ୍ଷା ପାଇଁ ନିୟୋଜିତ ଥିବା CRPF କନଷ୍ଟେବଳ ।

ମିଳିଥିବା ଖବର ମୁତବାକ 8ଲକ୍ଷ 39 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପ୍ରିୟବ୍ରତ ପ୍ରିୟଦର୍ଶନ ପତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ସବ ଇନ୍ସପେକ୍ଟରଙ୍କ ଦେହ ଖରାପ ଥିବାରୁ କନଷ୍ଟେବଳଙ୍କୁ ତାଙ୍କ ସେବା କରିବା ପାଇଁ ନିୟୋଜିତ କରାଯାଇଥିଲା । ବିଶ୍ୱାସରେ ସିନିୟର ଅଫିସର ଟଙ୍କା ଉଠାଇବା ପାଇଁ କନଷ୍ଟେବଳକୁ ATM କାର୍ଡ ଦେଇଥିଲେ ।

ବିଶ୍ୱାସର ସୁଯୋଗ ନେଇ 8 ଲକ୍ଷ 39 ହଜାର ଟଙ୍କା କୌଶଳ କ୍ରମେ କାଢି ନେଇଥିଲା କନଷ୍ଟେବଳ । ଏହି ସବୁ ଟଙ୍କାକୁ ସେୟାର ମାର୍କେଟରେ ଲଗାଇ ତାକୁ ଦୁଇଗୁଣା କରିବା ଆଶାରେ ଖର୍ଚ୍ଚ କରିଥିଲା ଅଭିଯୁକ୍ତ । ଏନେଇ ରାଜ ପାଲ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ତଦନ୍ତ ଚଳାଇବା ପରେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି । ଏବଂ ସମସ୍ତ ଟଙ୍କା ଫେରି ପାଇଛନ୍ତି ଅଭିଯୋଗକାରୀ ଅଫିସର ।

Leave A Reply

Your email address will not be published.