ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନୁପ ସାଏଙ୍କୁ ହତ୍ୟା ଧମକ ! କନେଷ୍ଟବଳଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ସହ ସର୍ଭିସ ବନ୍ଧୁକ ପ୍ରତ୍ୟାହାର

ଝାରସୁଗୁଡ଼ା/କୋଲାବିରା: ନବ ଦାସ ହତ୍ୟାକାଣ୍ଡ ଲୋକଙ୍କ ମନରୁ ଲିଭି ନଥିବା ବେଳେ କୋଲାବିରା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା କରିବ ବୋଲି ଥାନା ଭିତରେ ପାଟିତୁଣ୍ଡ କରିବାରୁ ତାକୁ ଅନ୍ୟତ୍ର ବଦଳି କରାଯାଇଛି। ଏହାସହ ତା’ଠାରୁ ସର୍ଭିସ ବନ୍ଧୁକ ପ୍ରତ୍ୟାହାର କରିନେଇଛନ୍ତି ଝାରସୁଗୁଡ଼ା ଏସପି। କନଷ୍ଟେବଳ ଜଣକ ସରୋଜ ଦାଶ। ସେ କୋଲାବିରା ଥାନାରେ ବଡ଼ପାଟି କରି ଅନୁପ ସାଏ ତାଙ୍କ ପରିବାରର କ୍ଷତି କରିଛନ୍ତି, ସେ ତାଙ୍କୁ ଛାଡ଼ିବନି। ସୁଯୋଗ ମିଳିଲେ ତାକୁ ଗୁଳିକରିବ ବୋଲି କହୁଥିଲା।

କୋଲାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ ଏନେଇ ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ଜଣାଇବା ପରେ ସରୋଜଠାରୁ ବନ୍ଧୁକ ପ୍ରତ୍ୟାହାର କରି ନିଆଯାଇଛି। ତାକୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର ଏ ସମ୍ପର୍କରେ କହିଛନ୍ତି, ସେମିତି କିଛି ଘଟଣା ହୋଇନାହିଁ। ସରୋଜ ମଦ ପିଇ କେତେକ ଲୋକଙ୍କୁ ଗାଳିଗୁଲଜ କରୁଥିଲା। ତାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ପ୍ରକାଶ ଥାଉକି, ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ଏକ ରାସ୍ତାରେ ଗତ ୨୦୧୬ରେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ(୩୨) ଓ ପ୍ରଭାତୀ ଓରଫ୍‌‌ ବବଲି ଦାଶ(୧୪)କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମୃତକ କଳ୍ପନା ଦାଶଙ୍କ ସଂପର୍କୀୟ ଭାଇ ହେଉଛନ୍ତି ପୁଲିସ କନଷ୍ଟେବଳ ସରୋଜ ଦାଶ। ଏହି ହତ୍ୟାକାଣ୍ଡରେ ଅନୁପ ସାଏଙ୍କ ସମ୍ପୃକ୍ତିକୁ ନେଇ ସେ ଛତିଶଗଡ଼ କୋର୍ଟରେ ସାକ୍ଷୀ ମଧ୍ୟ ରହିଛନ୍ତି।

Leave A Reply

Your email address will not be published.