ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏସଏଫ୍ ଯବାନଙ୍କ ଉନ୍ମତ୍ତ କାଣ୍ଡ : ସାଥୀ ଯବାନଙ୍କୁ ଗୁଳିମାଡ କରି ନିଜେ କଲେ ଆତ୍ମହତ୍ୟା

ଅମୃତସର: ପଞ୍ଜାବର ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଅମୃତସରର ଖାସାରେ ଥିବା ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ ଜଣେ ଯବାନ୍ ହଠାତ୍ ରାଗିଯାଇ ନିଜ ସାଥୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି। ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ମିଳିଥିବା ସୂଚନାଅନୁସାରେ କଟପ୍ପା ନାମକ ଜଣେ କନେଷ୍ଟବଳ ‘ବିଏସ୍‌ଏଫ୍‌’ ମେସ୍‌ ଭିତରେ ଗୁଳି ଚଳାଇଥିବା ଜଣାପଡ଼ିଛି। କୌଣସି ପ୍ରସଙ୍ଗକୁ ନେଇ ପଞ୍ଜାବର ଅମୃତସରର ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ କଟପ୍ପା ନାମକ ଜଣେ ଯବାନ୍ ହଠାତ୍ ରାଗିଯାଇ ନିଜ ଉପରେ ନିୟନ୍ତ୍ରଣ ହରାଇଥିଲେ। ଆଉ ଏହାପରେ କେହି କିଛି ବୁଝିବା ଆଗରୁ ମେସ୍‌ ଭିତରେ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଅନେକ ସାଥୀ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ଏମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ୫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଅନ୍ୟପଟେ ସାଥୀ ଯବାନଙ୍କ ଉପରେ ଗୁଳିମାଡ କରିଥିବା ଯବାନ ଜଣଙ୍କ ମଧ୍ୟ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କଣ ପାଇଁ ଏହି ଘଟଣା ଘଟିଲା ତାହା ସଠିକ ଭାବେ ଜଣାପଡିନାହିଁ। ଏହି ଘଟଣାରେ ବିଏସଏଫ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍ ଇନକ୍ୱାରୀର ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.