ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା, ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ସମ୍ବଲପୁର: ସମ୍ବଲପୁର ସଦର ମେଡିକାଲରେ ଜନ୍ମ ନେଲେ ଯୋଡାମୁଣ୍ଡ ଶିଶୁ କନ୍ଯା । ସମ୍ବଲପୁରରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଉଭୟ ନବଜାତକଙ୍କ ସ୍ବାସ୍ଥାବସ୍ଥା ଗମ୍ଭୀର ରହିଛି । ରେଙ୍ଗାଲି ଅଞ୍ଚଳର ଦମ୍ପତ୍ତିଙ୍କର ଏଭଳି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ସମ୍ବଲପୁର ସଦର ମେଡିକାଲରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଜଣାପଡିଛି ।

ଯୋଡ଼ା ଶିଶୁକନ୍ୟା ଜନ୍ମରୁ ଆରମ୍ଭ ହୋଇଛି ଜୀବନ ଯନ୍ତ୍ରଣା । ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏହି ଶିଶୁ ଦୁଇଙ୍କର ମୁଣ୍ଡ ଅଲଗା ରହିଥିବା ବେଳେ ଛାତିରୁ ପେଟ ଲାଗି ରହିଛି । ଗତକାଲି ରାତିରେ ଯୋଡା ଶିଶୁ ଜନ୍ମ ହୋଇଥିବାବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ଗୁରୁତର ଅବସ୍ଥାରେ ଏହି ଯୋଡା ଶିଶୁକନ୍ୟାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯିବ ବୋଲି ସୂଚନା ମିଳିଛି ।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ କେବଳ ପେଟକୁ ଛାଡ଼ିଦେଲେ ଉଭୟଙ୍କ ଶରୀରର ସମସ୍ତ ଅଙ୍ଗ ଅଲଗା ରହିଛି । ଏଭଳି ସ୍ଥିତିରେ ପ୍ରଥମେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପରେ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କୁ ଅଲଗା କରାଯାଇପାରିବ ।

Leave A Reply

Your email address will not be published.