ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ୫ରୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି ଦରଦାମ୍ । ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ୫ତାରିଖରୁ ସାରା ଓଡ଼ିଶାରେ ଆନ୍ଦୋଳନ କରିବ ଦଳ। ଏହାସହ ରାଜଭବନ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବଢିଛି। ଖାଦ୍ୟ ସାମଗ୍ରୀରେ GST ଲଗାଇଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଏହାକୁ ବିରୋଧ କରି ଆସନ୍ତା ୫ତାରିଖରୁ ସାର ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି କହିଛନ୍ତି।

ସେପଟେ ଦରବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି। ଦରବୃଦ୍ଧି ଜାତୀୟ ସମସ୍ୟା । ଇନ୍ଧନ ରେଟ୍ ବଢୁଥିବାରୁ ପରିବହନ ରେଟ୍ ବଢୁଛି । ଥରେ ବଢ଼ିଲେ ଆଉ ଖସୁନି । ଚାହିଦା ଓ ଯୋଗାଣ ଭିତରେ ଅଧିକ ପ୍ରଭେଦ ରହୁଛି । କୋଭିଡ୍ ପରେ ଖାଦ୍ୟ ସାମଗ୍ରୀର ଚାହିଦା ବଢୁଛି । ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ରହିଛି । ତେବେ ରାଜ୍ୟ ଯୋଗାଣ ବିଭାଗ ହୋର୍ଡିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । ଜିଲ୍ଲପାଳମାନଙ୍କୁ କାର୍ୟ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଦର ଅହେତୁକ ବୃଦ୍ଧି ହେଲେ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.