ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାହୁଲ ଗାନ୍ଧୀଙ୍କୁ ବଡ ଝଟକା, ରଦ୍ଦ ହେଲା ଲୋକସଭା ସଭ୍ୟ ସଦସ୍ୟତା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି।  କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ କରାଯାଇଛି। ‘ମୋଦି ସରନେମ୍’ ମାମଲାରେ ୨ ବର୍ଷ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ । ଦଣ୍ଡାଦେଶ ପରେ ପରେ ରାହୁଲଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା। ତେବ ଆଜି  ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ କରାଯାଇଛି।

ସୂଚନଆ ଅନୁଯାୟୀ, ମୋଦୀ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୁଜରାଟର ଏକ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସଂପୃକ୍ତ ଅଦାଲତ ଏହି ରାୟ ଶୁଣାଇବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ଏବଂ ଉଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରିବାକୁ ୩୦ ଦିନର ମହଲତ ଦେଇଥିଲେ ହେଁ ରାହୁଲଙ୍କ ସାଂସଦ ପଦ ବଜାୟ ରହିବା ନେଇ ସାମ୍ବାଧାନିକ ପ୍ରଶ୍ନ ଉଠିଥିଲା। ପ୍ରାୟ ୧୦ ବର୍ଷ ତଳେ ଯେଉଁ ଅଧ୍ୟାଦେଶକୁ ରାହୁଲ ନିଜେ ଚିରି ଫିଙ୍ଗି ଦେଇଥିଲେ ଆଜି ସେ ସେହି ଆଇନ ପରିଧି ଫାନ୍ଦରେ ପଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୮(୪)ରେ ପରିବର୍ତ୍ତନ ଆଣିବା ସହିତ ଧାରା ୮(୩) ପ୍ରଣୟନ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ , ବିଧାୟକ କିମ୍ବା ବିଧାନସଭା ପରିଷଦ ସଭ୍ୟ କୌଣସି ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କର ସାମ୍ବିଧାନିକ ପଦ ରଦ୍ଦ କରାଯାଇପାରିବ। ତେବେ ଏହା ବିରୋଧରେ ତତ୍‌କାଳୀନ ମନମୋହନ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ହେଁ ସାଂସଦ ରାହୁଲ ଏହାକୁ ଚିରି ଫୋପାଡି ଦେଇଥିଲେ। ଅର୍ଥାତ୍‌ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ରାହୁଲ ସେତେବେଳେ ସମର୍ଥନ କରିଥିଲେ। କିନ୍ତୁ ଆଜି ସେ ଏହି ଆଇନ ବଳୟରେ ପଡ଼ିଯାଇଛନ୍ତି। ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ ସୁରତ୍‌ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବାରୁ ଏବେ ଲୋକସଭା ସଚିବାଳୟ ଚାହିଁଲେ ରାହୁଲଙ୍କ ସଦସ୍ୟତାକୁ ରଦ୍ଦ କରିପାରିବେ। ଏହାସହିତ ତାଙ୍କର ସଂସଦୀୟ କ୍ଷେତ୍ର ୱାୟନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବେ। ଏହାପରେ ନିର୍ବାଚନ କମିଶନ ଉକ୍ତ ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ। ଯଦି ହାଇକୋର୍ଟ ଜିଲ୍ଲା କୋର୍ଟ ଦେଇଥିବା ରାୟ ଉପରେ କୌଣସି ରୋକ ନ ଲଗାନ୍ତି, ତା’ହେଲେ ରାହୁଲଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ଉଚ୍ଚ ନ୍ୟାୟାଳୟ ଯଦି ଏହି ରାୟ ଉପରେ ରୋକ ନ ଲଗାଇବେ, ତା’ହେଲେ ରାହୁଲଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି କୁହାଯାଉଛି। ତେବେ ଆଇପିସିର ଧାରା ୪୯୯ ଅଧୀନରେ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯିବା ଏକ ବିରଳ ଘଟଣା ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।

Leave A Reply

Your email address will not be published.