ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାର କରୁଣ ଚିତ୍ର : ପୁଅ ଅଜିତ ମଙ୍ଗରାଜଙ୍କ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ମା’ କ୍ଷେତ୍ରମଣିଙ୍କ ପରଲୋକ

ଭୁବନେଶ୍ବର : କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପିପିଲି  ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଥିଲା। ଆଉ ଏବେ ଅଜିତଙ୍କ ମୃତ୍ୟୁକୁ ୨ ଦିନ ନ ପୁରୁଣୁ ତାଙ୍କ ମାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। କୋଭିଡ ଆକ୍ରାନ୍ତ ହେବାପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ କ୍ଷେତ୍ରମଣି ମଙ୍ଗରାଜ। ପ୍ରଥମେ ପୁଅ, ଆଉ ଏବେ ମାଆ । ଏପରି ଦୁଃଖର ଆଉ ଏକ ପାହାଡ଼ ପଡିଛି ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାରରେ।

ସୂଚନାଯୋଗ୍ୟ ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜ ଗତ ୧୦ ତାରିଖରେ କରୋନା ପଜିଟିଭ୍ ଜଣାପଡିବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିିତ୍ସାଧିନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ । ଅଜିତଙ୍କ କୋଭିଡ ଯୋଗୁଁ ଚାଲିଯାଇଥିଲା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର । କୋଭିଡ ଗାଇଡ଼ଲାଇନ ମାନି ଶବ ସତ୍କାର କରାଯିବ ।

Leave A Reply

Your email address will not be published.