ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନଙ୍କ ରାସ୍ତାରେ କଂଗ୍ରେସ: ୟୁପି ନିର୍ବାଚନରେ ମହିଳାଙ୍କୁ ୪୦% ସଂରକ୍ଷଣ

ଲକ୍ଷ୍ନୌ: ସଂଘୀୟ ବ୍ୟବସ୍ଥାରେ କେବଳ ସହଭାଗଭିତ୍ତିକ ରାଜନୀତି ନିମନ୍ତେ ନୁହେଁ, ଦେଶର ଉନ୍ନତି ନିମନ୍ତେ ନିଜର ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନିମନ୍ତେ ନବୀନ ସୃଷ୍ଟି କରିଛନ୍ତି ନିଜର ଭିନ୍ନ ପରିଚୟ। କୋଭିଡ ପରିଚାଳନା ହେଉ ଅବା ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ ସବୁଥିରେ ନବୀନ ସାରା ଦେଶରେ ଆଗରେ ରହିଛନ୍ତି।

ଅନ୍ୟରାଜ୍ୟମାନେ ନବୀନଙ୍କ ନୀତି ଏବଂ ଯୋଜନାକୁ ଲାଗୁ କରୁଥିବାର ମଧ୍ୟ ନଜିର ରହିଛି। ଏଥିପାଇଁ ସବୁଠି ନବୀନଙ୍କ ପ୍ରଶଂସା କରାଯାଉଛି। ଲୋକସଭା ନିର୍ବାଚନରେ ପ୍ରାର୍ଥୀ ମନୋନୟନ କାଳରେ ବିଜେଡି ୩୩% ମହିଳାଙ୍କୁ ପ୍ରାର୍ଥୀ କରି ଉଦାହରଣ ସୃଷ୍ଟି କରିଥିଲେ। ଏହାକୁ ସବୁ ନିର୍ବାଚନରେ ଲାଗୁ କରିବା ପାଇଁ ମଧ୍ୟ ନବୀନ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଆସୁଛନ୍ତି। ବିଜେଡି ମଧ୍ୟ ସଂସଦରେ ଅନୁରୂପ ଦାବି ଉପସ୍ଥାପନ କରିଛି । ତେବେ କେନ୍ଦ୍ର ଏଥିପ୍ରତି ଦୃଷ୍ଟି ଦେଉନାହିଁ ।ମାତ୍ର ଜାତୀୟ କଂଗ୍ରେସ ସଂପ୍ରତି ନବୀନଙ୍କ ମାର୍ଗକୁ ଆପଣାଇଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ କଂଗ୍ରେସ ଘୋଷଣା କରିଛି।

ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ପ୍ରିୟଙ୍କା ‘ଲଡକୀ ହୁଁ,ଲଡସକ୍ତି ହୁଁ’ ସ୍ଲୋଗାନ ଦେଇଛନ୍ତି । ୟୁପିରେ ମୋଟ ୪୦୩ ବିଧାନସଭା ଆସନ ରହିଛି। ଏଥିରୁ ୧୬୧ ଆସନରେ କଂଗ୍ରେସ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରିୟଙ୍କା କହିଛନ୍ତି । ଯଦିଓ ଉତ୍ତରପ୍ରଦେଶ ପରି ଏକ ଜାତିବାଦ, ଗୋଷ୍ଠୀବାଦ ବିଭକ୍ତ ରାଜ୍ୟ ରାଜନୀତିରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା କଂଗ୍ରେସ ପାଇଁ ଆହ୍ବାନ ହୋଇପାରେ, ତଥାପି ମହିଳାଙ୍କୁ ସାମାଜିକ ଓ ରାଜନୈତିକ ସଂରକ୍ଷଣ ଦେବା ନିମନ୍ତେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଘୋଷଣା ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ।

Leave A Reply

Your email address will not be published.