ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁପିରେ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଅଫର ଦେଇଥିଲା କଂଗ୍ରେସ, ହେଲେ ସିବିଆଇ ଓ ଇଡି ଡରରେ ସେ ଚୁପ ରହିଥିଲେ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୟୁପିରେ ପରାଜୟ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଥମଥର ମୁହଁ ଖୋଲିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମୟାବତୀଙ୍କୁ ବଡ଼ ଅଫର ଦେଇଥିଲା କଂଗ୍ରେସ । କଂଗ୍ରେସ ନିର୍ବାଚନ ପୂର୍ବରୁ ମୟାବତୀଙ୍କ ଦଳ ସହ ମେଣ୍ଟ କରିବାକୁ ଚାହୁଁଥିଲା । ଏପରିକି ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର୍ ଦିଆଯାଇଥିଲା । କିନ୍ତୁ ମାୟାବତୀ କିଛି ଉତ୍ତର ଦେଇନଥିଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ସେପଟେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ମାୟାବତୀଙ୍କ ନିକଟକୁ ଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଅଫର ଦେଇଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ। କାହିଁକିନା ସରକାର ତାଙ୍କୁ ଭୟଭୀତ କରିବା ପାଇଁ ସିବିଆଇ, ଇଡି ଏବଂ ପେଗାସସ୍ ବ୍ୟବହାର କରିବେ ବୋଲି ସେ ଆଶଙ୍କା କରିଥିଲେ। ଏଥିପାଇଁ ବିଏସପି ନେତା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏମିତିକି ସେ ଚଳିତ ଥର ନିର୍ବାଚନ ମଧ୍ୟ ଲଢିନଥିଲେ । ମାୟାବତୀ ଇଡି, ସିବିଆଇ ଡରରେ ଲଢିବାକୁ ଭୟ କରୁଛନ୍ତି। ରାହୁଲ ଆହୁରି କହିଛନ୍ତି ଯେ, ମାୟାବତୀ ଦଳିତଙ୍କୁ ଶକ୍ତିଶାଳି କରିଛନ୍ତି। କିନ୍ତୁ ସେ ଲଢୁ ନାହାଁନ୍ତି। ବାଟ ସଫା ଥିଲେ ବି, ସିବିଆଇ, ଇଡି ଓ ପେଗାସସ ଡରରେ ସେ ଲଢିବାକୁ ଚାହୁଁ ନାହାଁନ୍ତି ବୋଲି ରାହୁଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, କାଶୀ ରାମଙ୍କ ପ୍ରତି ଆମର ବହୁତ ସମ୍ମାନ ଅଛି। ସେ ଦଳିତଙ୍କୁ ସଶକ୍ତ କରିଥିଲେ। କଂଗ୍ରେସ ଦୁର୍ବଳ ହୋଇଛି, କିନ୍ତୁ ଏହା ପ୍ରସଙ୍ଗ ନୁହେଁ। ଦଳିତଙ୍କୁ ସଶକ୍ତ କରାଯିବା ଆବଶ୍ୟକ। ହେଲେ ମାୟାବତୀ ଏଥର ଲଢ଼ିବାକୁ ଚାହିଁଲେ ନାହିଁ।ମାୟାବତୀ ଜୀ ୟୁପିରେ ଦଳିତଙ୍କ ସ୍ୱର ଉତ୍ତୋଳନ କରିଥିଲେ । ଯାହା କଂଗ୍ରେସକୁ ବେଶ ପ୍ରଭାବିତ କରିଥିଲା। କିନ୍ତୁ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମୟାବତୀ କିଛି ଉତ୍ତର ଦେଇନଥିଲେ। ସୂଚନାଯୋଗ୍ୟ ଚଳିତଥର ଉତ୍ତରପ୍ରଦେଶରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା। ଉତ୍ତରପ୍ରଦେଶର ୪୦୩ଟି ବିଧାନ ସଭା ଆସନରୁ ମାତ୍ର ଦୁଇଟି ଜିତିଛି କଂଗ୍ରେସ।

Leave A Reply

Your email address will not be published.