ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୈଜ୍ଞାନିକଙ୍କୁ ବଡ଼ ସଫଳତା; ଛତୁରୁ ତିଆରି ହେବ କମ୍ପ୍ୟୁଟର ଚିପ୍‌, ହ୍ରାସ ପାଇବ ପ୍ରଦୂଷଣ

ପ୍ଲାଷ୍ଟିକ୍‌ର ସ୍ଥାନ ନେବ ନୂଆ ଚିପ୍‌

ଭିଏନା: ସାରା ବିଶ୍ବରେ ପ୍ଲାଷ୍ଟିକ ଆବର୍ଜନା ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଛି। ସହରଠାରୁ ସମୁଦ୍ର ପର୍ଯ୍ୟନ୍ତ ସବୁଠି ଏହା ମୁଖ୍ୟ ପ୍ରଦୂଷକ ଭାବେ ଉଭା ହୋଇଛି। ଏହା ସହିତ ଇଲେକ୍‌ଟ୍ରୋନିକ୍ ଆବର୍ଜନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଇଲେକଟ୍ରୋନିକ ଡିଭାଇସରେ ଲାଗୁଥିବା କମ୍ପ୍ୟୁଟର ଚିପ୍‌ ଏବଂ ବ୍ୟାଟେରୀରେ ଏହା ମଧ୍ୟରେ ସାମିଲ ରହିଛି। ତେବେ ସହଜରେ ଏଗୁଡିକର ବିଘଟନ ହୋଇପାରୁ ନ ଥିବାରୁ ବିଶ୍ବବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏପରି ସମୟରେ ବୈଜ୍ଞାନିକମାନଙ୍କୁ ବଡ଼ ସଫଳତା ମିଳିଛି। ସେମାନେ ଏହି ପ୍ଲାଷ୍ଟିକକୁ ମାଟିରେ ନଷ୍ଟ ହୋଇପାରୁଥିବା ଉତ୍ପାଦରେ ପରିଣତ କରିବାର ଉପାୟ ଖୋଜିଛନ୍ତି। ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂଆ ଗବେଷଣାରେ ଏ ବିଷୟରେ ଉଲ୍ଲେଖ କରାଯାଇଛି।

ଅଷ୍ଟ୍ରିଆର ଜୋହାନ୍ସ କ୍ୟାପଲର ୟୁନିଭର୍ସିଟିର ବୈଜ୍ଞାନିକମାନେ ଛତୁର ତ୍ବଚାରୁ ଚିପ୍‌ ବନାଇବାର କୌଶଳ ଉଦ୍‌ଭାବନ କରିଛନ୍ତି। ସେମାନେ ଏହି ତ୍ବଚାରୁ ଇଲେକ୍‌ଟ୍ରୋନିକ ସବ୍‌ଷ୍ଟ୍ରେଟ୍‌ ବନାଇଛନ୍ତି। ସର୍କିଟ୍‌ର ବେସ୍‌ ଲେୟରକୁ ସବ୍‌ଷ୍ଟ୍ରେଟ୍‌ କୁହାଯାଏ। ଏହା ବିଦ୍ୟୁତ ପରିବହନ କରୁଥିବା ଧାତବ ପଦାର୍ଥକୁ ଶୀତଳ ଏବଂ ସୁରକ୍ଷିତ ରଖିଥାଏ। ଗ୍ୟାନୋଡର୍ମା ଲୁସିଡମ ଛତୁ ହେଉଛି ଏକ ପ୍ରକାରର ଫଙ୍ଗସ। ଏହା ୟୁରୋପ ଏବଂ ପୂର୍ବ ଏସିଆର ସଢ଼ି ଯାଉଥିବା ଗଛରେ ହୋଇଥାଏ। ଅଧ୍ୟୟନରେ ସାମିଲ ଗବେଷକ ଡୋରିସ ଡ୍ୟାନିଙ୍ଗର ଏବଂ ରୋଲ୍ୟାଣ୍ଡ ପ୍ରକନରଙ୍କ ଅନୁଯାୟୀ ଏହି ଛତୁ ନିଜର ସୁରକ୍ଷିତ ବିକାଶ ପାଇଁ ମୂଳ ପରି ଦେଖାଯାଉଥିବା ନେଟୱର୍କ ମାଇସେଲିୟମରୁ ପ୍ରସ୍ତୁତ ତ୍ବଚା ବନାଇଥାଏ। ସେମାନେ ଏହି ତ୍ବଚାକୁ ଶୁଖାଇ ଚିପ୍‌ରେ ବ୍ୟବହାର କରିଛନ୍ତି। ଏହା ନମନୀୟ ଏବଂ ସବୁଠାରୁ ଭଲ ଇନ୍‌ସୁଲେଟର ଭାବେ କାମ କରୁଥିବା ଜଣାପଡିଥିଲା। ଏହା ଇଲେକ୍‌ଟ୍ରୋନିକ ସର୍କିଟରେ ମଧ୍ୟ ଭଲ କାମ କରୁଛି। ଏହା ସହଜରେ ୨୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ର ସହ୍ୟ କରିପାରୁଛି।

ବୈଜ୍ଞାନିକଙ୍କ ଅନୁଯାୟୀ ନଷ୍ଟ ହେଇ ଯାଉଥିବା ଗଛରେ ଯେଉଁ ଛତୁ ହୋଇଥାଏ ସେଥିରୁ କମ୍ପ୍ୟୁଟର ଚିପ୍‌ ନିର୍ମାଣ କରିହେବ। ଅଧିକ ସମୟ ପର୍ଯ୍ୟନ୍ତ ଚାଲୁ ନ ଥିବା ଇଲେକ୍‌ଟ୍ରୋନିକ ଡିଭାଇସରେ ଏଥିରୁ ତିଆରି ଚିପ୍‌ ଲଗାଯାଇପାରିବ। ଏଥିରେ ୱେୟରବୁଲ ସେନ୍‌ସର ଏବଂ ରେଡିଓ ଟ୍ୟାଗ୍‌ ମଧ୍ୟ ସାମିଲ ରହିଛି। ଛତୁର ତ୍ବଚା ଲାଗିଥିବା ଯୋଗୁଁ ଏହାକୁ ପୁନଃବ୍ୟବହାରକ୍ଷମ ମଧ୍ୟ କରାଯାଇପାରିବ।

Leave A Reply

Your email address will not be published.