ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଷରୁ ଶସ୍ତା ତେଲ କିଣି ୩୫,୦୦୦ କୋଟି କମାଇଲେଣି କମ୍ପାନୀ; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ରୁଷ ଉପରେ ୟୁକ୍ରେନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଗୋଟିଏ ସମୟରେ ଏହା ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଥିଲା, ଯାହାକୁ ୨୦୦୮ ପରେ ଅନ୍ୟତମ ସର୍ବୋଚ୍ଚ ସ୍ତର ରହିଥିଲା, କିନ୍ତୁ ଗତ ସପ୍ତାହରେ ଏହାର ମୂଲ୍ୟ ୯୦ ଡଲାର ତଳକୁ ହ୍ରାସ ଘଟିଥିଲା। ଦୁର୍ବଳ ଚାହିଦା ଏବଂ ଟଙ୍କା ତୁଳନାରେ ଆମେରିକୀୟ ଡଲାର ମଜବୁତ ହେବା ଯୋଗୁ ଦର ହ୍ରାସ ପାଇଛି। ଅପରପକ୍ଷେ କ୍ରମାଗତ ଭାବେ ପାଞ୍ଚ ମାସ ଧରି ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଜେଲ ଉପରେ ଲିଟର ପିଛା ୮ ଟଙ୍କା କ୍ଷତି ସହୁଛନ୍ତି।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକ ପାଶ୍ଚାତ୍ୟ ଦେଶ ରୁଷଠାରୁ ତେଲ ନେବା ବନ୍ଦ କରିଦେଲେ। ଏହି କାରଣରୁ ଭାରତୀୟ କମ୍ପାନୀଗୁଡିକ ଶସ୍ତା ମୂଲ୍ୟରେ ରୁଷଠାରୁ ତେଲ କିଣିଛନ୍ତି। ଫଳରେ ଚାଇନା ପରେ ଭାରତ ରୁଷ ତେଲର ଦ୍ୱିତୀୟ ବୃହତ୍ତମ କ୍ରୟକାରୀ ପାଲଟିଛି। ତେବେ ଜୁନ୍ ମାସରୁ ରୁଷରୁ ତେଲ ଆମଦାନୀ କ୍ରମାଗତ ଭାବେ ହ୍ରାସ ପାଉଛି। ତିନି ମାସର ବ୍ୟବଧାନ ପରେ ଅଗଷ୍ଟରେ ସାଉଦି ଆରବ ପୁଣିଥରେ ଭାରତର ଦ୍ୱିତୀୟ ବୃହତ ତୈଳ ଯୋଗାଣକାରୀ ହୋଇଛି। ରୁଷଠାରୁ ଶସ୍ତା ତେଲ କିଣି ଭାରତ ସରକାର ୩୫,୦୦୦ କୋଟି ଟଙ୍କା ଲାଭ କରିଛନ୍ତି।

କିନ୍ତୁ ଏହି ଲାଭ କମାଇଥିଲା ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏହାର କାଣିଚାଏ ଲାଭ ଖାଉଟିଙ୍କୁ ଦେଇନାହାଁନ୍ତି। ଦିଲ୍ଲୀରେ ପେଟ୍ରୋଲ ଲିଟର ବର୍ତ୍ତମାନ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ରହିଛି। ଏପ୍ରିଲ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୮ ଡଲାର କିମ୍ବା ତା’ଠାରୁ କମ୍ ରହିଥାଏ, ତେବେ ଗ୍ରାହକମାନେ କିଛି ମାତ୍ରାରେ ମୂଲ୍ୟରେ ରିଆତି ପାଇବେ, କିନ୍ତୁ ଏହାପୂର୍ବରୁ କମ୍ପାନୀମାନଙ୍କୁ ସେମାନଙ୍କର କ୍ଷତିପୂରଣ ଦେବାକୁ ସୁଯୋଗ ଦିଆଯିବ।

Leave A Reply

Your email address will not be published.