ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ବଢୁଛି ସାମ୍ପ୍ରଦାୟିକ ଭେଦଭାବର ବାତାବରଣ; କେନ୍ଦ୍ରର ନିରବତାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ରାମ ନବମୀ ଉତ୍ସବ ଠାରୁ ଦେଶର ବିଭିନ୍ନ ରାଜ୍ୟରେ ସାଂପ୍ରଦାୟିକ ଭେଦଭାବର ବାତାବରଣ ବଢି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ସାଂପ୍ରଦାୟିକ ଦଙ୍ଗା ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାରେ ପ୍ରତିବନ୍ଧକ ସାଜିଛି। ରାମ ନବମୀ ପରେ ଏବେ ମସଜିଦରେ ଲାଉଡ ସ୍ପିକର ଯୋଗେ ଆଜାନକୁ ନେଇ ଜୋରଦାର ବିବାଦ ଚାଲଇଥିବା ବେଳେ ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ଶାସକ ଶିବସେନା,କଂଗ୍ରେସ ଏବଂ ଏନସିପି ଦଳ ସହ ରାଜ ଥାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁହାଁମୁହିଁ ହୋଇଛି। ଏହାକୁ ନେଇ ଦେଶରେ ଶାନ୍ତି ବ୍ୟବସ୍ଥା ବିଗିଡି ଚାଲିଥିବା ବେଳେ ଶନିବାର ୧୩ ବିରୋଧୀ ଦଳ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି।

ଦେଶର ସାଂପ୍ରତିକ ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,ଏନସିପି ନେତା ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ,ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ବହୁ ବିରୋଧୀ ନେତା ଏକ ମିଳିତ ବିବୃତ୍ତି ଜାରି କରି ଶାନ୍ତି ଓ ମୌତ୍ରୀ ବଜାୟ ରଖିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ଖାଦ୍ୟ, ପୋଷାକ,ଭାଷା, ଧାର୍ମିକ ରୀତିନୀତି ଏବଂ ଉତ୍ସବକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କିନ୍ତୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବତ୍ତର୍ମାନ ସ୍ଥିତିରେ ଭାରତୀୟ ସମାଜ ଦୁଇ ଗୋଷ୍ଠୀରେ ବିଭକ୍ତ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର କିଭଳି ଚୁପ ହୋଇ ବସି ରହିଛନ୍ତି ବୋଲି ଏହି ନେତାମାନେ ପ୍ରଶ୍ନ କରିଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ସୋମନେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏଭଳି ନିରବତା ସାଂପ୍ରଦାୟିକ ଦଙ୍ଗାକାରୀଙ୍କୁ ଅଧିକ ଉତ୍ସାହିତ କରୁଥିବା ବେଳେ ସେମାନଙ୍କ ଆଚରଣ ଏବଂ ଉଚ୍ଚାରଣ ସମାଜକୁ ଦୁଇ ଭାଗରେ ବିଭକ୍ତ କରିବାକୁ ପ୍ରୋତ୍ସାହିତ କରୁଛି ବୋଲି ଏହି ନେତାମାନେ କହିଛନ୍ତି। ବର୍ଷ ବର୍ଷ ଧରି ଭାରତୀୟ ସମାଜରେ ବିଭେଦତା ସତ୍ତ୍ବେ ଏକତା ବଜାୟ ରହିଆସିଛି। ସବୁ ବର୍ଗ ଏବଂ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସମନ୍ବୟ ସହ ସଂହତି ରହି ଆସିଛି। କିନ୍ତୁ ଏବେ ସ୍ଥିତି ଯେଭଳି ରହିଛି ତାହା ସାରା ଦେଶ ପାଇଁ ଚିନ୍ତାଜନକ ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି। ତେଣୁ ପ୍ରତ୍ୟେକ ବର୍ଗର ଲୋକ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସେମାନେ ନିବେଦନ କରିଛନ୍ତି।

Leave A Reply

Your email address will not be published.