ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରିଡ଼ା ୨୦୨୨: ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ସଙ୍କେତ ମହାଦେବ ଜିତିଲେ ରୌପ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ପଦକ । ଭାରୋତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ସଂକେତ ପୁରୁଷ ଭାରୋତ୍ତଳନର ୫୫ କିଲୋ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୪୮ କିଲୋ ଭାର ଉଠାଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ସାଙ୍ଗଲିରେ ସଙ୍କେତଙ୍କ ଘର । ସେ ପ୍ରଥମ ରାଉଣ୍ଡରେ ୧୧୩ କିଲୋ, ଦ୍ୱିତୀୟ ରାଉଣ୍ଡରେ ୧୩୫ କିଲୋ ଓ ଫାଇନାଲ ରାଉଣ୍ଡରେ ୨୪୮ କିଲୋ ଭାରୋଉତ୍ତଳନ କରିପାରିଥିଲେ ।

ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଛି। ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ। ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଛନ୍ତି। ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି। ତେବେ ମାଲେସିଆର ବିନ କସଦନ ମହମ୍ମଦ ଅନିକ ମୋଟ ୨୪୯ କିଲୋଗ୍ରାମ ଭାର ଉଠାଇ ସୁନା ପଦକ ନିଜ ନାଁରେ କରିଛନ୍ତି । ଗତ କାଲି ରାଜ୍ୟ ଗୋଷ୍ଠୀ କ୍ରିଡା ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.