ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ଫାଇନାଲରେ ପରାଜୟ ସହ ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ହକି ଦଳ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ଭାରତୀୟ ହକି ଦଳ। ଆଜି ଖେଳାଯାଉଥିବା ଫାଇନାଲକୁ ଅଷ୍ଟ୍ରେଲିଆ ଏପତରଫା ଭାବେ ଜିତି ନେଇଛି। ୬ ଥର କମନୱେଲଥ ଗେମ୍ସ ଚାମ୍ପିଅନ ଅଷ୍ଟ୍ରେଲିଆ ଆଜି ଖେଳ ପ୍ରାରମ୍ଭ କରୁ ଆଧିପତ୍ୟ ବିସ୍ତାର କରି ରଖିଥିଲା। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୭-୦ରେ ଭାରତକୁ ପରାସ୍ତ କରିବା ସହ ପୁଣିଥରେ କମନୱେଲଥ ଗେମ୍ସରେ ଗୋଲ୍ଡ ମେଡାଲ ଜିତିନେଇଛି।

ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲରେ ପରାସ୍ତ କରିବା ପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲାବେଳେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୩-୨ ଗୋଲରେ ପରାସ୍ତ କରି ଫାଇନାଲ ମୁକାବିଲାକୁ ଉନ୍ନୀତ ହୋଇଥିଲା। ୧୯୯୮ ରେ କମନୱେଲଥ ଗେମ୍ସ ଇଭେଣ୍ଟରେ ହକି ପ୍ରବେଶ ପରଠାରୁ CWG ର ପୁରୁଷ ହକିରେ ମୋଟ ସାତୋଟି ସଂସ୍କରଣ ଏପର୍ଯ୍ୟନ୍ତ ଖେଳହୋଇଛି, ଆଉ ସମସ୍ତରେ ଅଷ୍ଟ୍ରେଲିଆ ଜିତିଛି । ଏହି ସମୟରେ୨୦୧୦,୨୦୧୪ ଏବଂ ୨୦୨୨ ରେ ଭାରତ ତିନୋଟି ଫାଇନାଲରେ ପ୍ରବେଶ କରିଛି ଏବଂ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି।


ସୂଚନାଯୋଗ୍ୟ ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରାରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଖେଳ ଆରମ୍ଭ ହେବାର ତୃତୀୟ ମିନିଟ୍‌ରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍‌ଟି କର୍ଣ୍ଣର। ତେବେ ଏହା ଗୋଲ୍‌ରେ ପରିଣତ ହୋଇପାରି ନଥିଲେ। ଦକ୍ଷିଣ ଆଫ୍ରିକାର ଗୋଲକିପର ଗାୱନ ଜୋନ୍ସ ଚମତ୍କାର ଢଙ୍ଗରେ ବଲ୍‌କୁ ଗୋଲ୍ ପୋଷ୍ଟ ମଧ୍ୟକୁ ଯିବାକୁ ଦେଇ ନଥିଲେ। ଏହା ପରେ ଭାରତୀୟ ଦଳ ଜୋରଦାର ଆକ୍ରମଣ କରି ଗୋଲ କରିବାକୁ ଆଉ କେତୋଟି ସୁଯୋଗ ପାଇଥିଲା। କିନ୍ତୁ ସବୁଥର ଦକ୍ଷିଣ ଆଫ୍ରିକାର ଗୋଲକିପର ସେଗୁଡ଼ିକୁ ଗୋଲରେ ପରିଣତ ହେବାକୁ ଦେଇ ନଥିଲେ। ଏହିଭଳି ଭାବେ ପ୍ରଥମ କ୍ୱାର୍ଟରଟି ବିନା ଗୋଲରେ ସମାପ୍ତ ହୋଇଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ତା‘ର ଜୋରଦାର ଆଟାକ୍ ବଜାୟ ରଖିଥିବା ବେଳେ କାଉଣ୍ଟର ଆଟାକ୍ କରିଥିଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଦୁଇଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ସେଗୁଡ଼ିକୁ ଗୋଲ୍‌ ପରିଣତ କରି ପାରି ନଥିଲେ।

ଶେଷରେ ୨୦ତମ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ ଅଭିଷେକ। ଏହା ପରେ ୨୫ତମ ମିନିଟ୍‌ରେ ଭାରତ ଆଉ ଏକ ଗୋଲ କରିବାକୁ ସୁଯୋଗ ପାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଗୋଲକିପର ତାହା ହେବାକୁ ଦେଇ ନଥିଲେ। ତେବେ ୨୮ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଗୋଲ ଦେଇଥିଲା ଭାରତୀୟ ଦଳ। ଏହି ଗୋଲ ଦେଇଥିଲେ ମନଦୀପ ସିଂହ।

ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ଗୋଟିଏ ବି ଗୋଲ ହୋଇ ନଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ ଦେବାରେ ସମର୍ଥ ହୋଇଥିଲା। ୩୩ତମ ମିନିଟ୍‌ରେ ଜୁଲିଅସ୍ ରାନ୍ ପେନାଲ୍‌ଟି କର୍ଣ୍ଣର ଜରିଆରେ ଏହି ଗୋଲ୍ ଦେଇଥିଲେ। ଭାରତ ୨-୧ରେ ଆଗୁଆ ରହିଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଦୁଇ ଦଳ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ୫୮ ତମ ମିନିଟ୍‌ରେ ଭାରତ ଆଉ ଗୋଟିଏ ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ପେନାଲ୍‌ଟି କର୍ଣ୍ଣରରୁ ଏହି ଗୋଲ୍ ହୋଇଥିଲା। ଯୁଗରାଜ ସିଂହ ଏହି ଗୋଲ୍ ଦେଇଥିଲେ। ତା’ପରେ ପରେ ଅର୍ଥାତ୍ ୫୯ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକା ଏକ ଗୋଲ୍ ଦେଇଥିଲେ। ତେବେ ଭାରତ ୩-୨ରେ ଆଗୁଆ ରହି ମ୍ୟାଚ୍ ଜିତି ନେଇଥିଲା।

Leave A Reply

Your email address will not be published.