ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨ ବନ୍ଧୁକ, ବୁଲେଟ , ସ୍କୁଟି , ୭ ରାଉଣ୍ଡ ଗୁଳି ଜବତ୍ ହୋଇଛି। ସହିଦନଗର ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯୋଜନା ମୁତାବାକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଆବଶ୍ୟକ ପଡିଲେ ୩ ଜଣ ଅପରାଧୀଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବ ବୋଲି  ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଯଦି ପାର୍ବଣରେ ଦାଦା ବଟି ମାଗାଯାଏ ଉକ୍ତ ବ୍ଯକ୍ତିଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

Leave A Reply

Your email address will not be published.