ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାଫିକ ନିୟମ ଉଲଘଂନ କରି ଟ୍ୱିନ୍‌ସିଟିରେ ଅମାନିଆ ଗଣିଛନ୍ତି ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲଘଂନ କରିବା ମାହାଙ୍ଗା ପଡିଛି ଅମାନିଆଙ୍କୁ । ନିୟମ ନ ମାନି ପ୍ରାୟ ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଜାଣିଛନ୍ତି ଏହି ଅମାନିଆମାନେ । ତେବେ ଗତ ୨୦୨୦ ଓ ୨୦୨୧ ଅଗଷ୍ଟ ସୁଦ୍ଧା କଟକ-ଭୁବନେଶ୍ୱରରେ କେତେ ଟଙ୍କା ଜୋରିମାନା ଆକାରରେ ଆଦାୟ ହୋଇଛି ସେନେଇ ବିସ୍ତୃତ ତଥ୍ୟ ଗୃହରେ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ତଥ୍ୟ ଅନୁସାରେ, ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ମାସ୍କ ଧାରୀଙ୍କଠୁଁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କମିଶନରେଟ୍ ପୋଲିସ ଅଞ୍ଚଳରେ ଜରିମାନା ଆଦାୟ ସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳ ପଚାରିଥିବା ପ୍ରଶ୍ନର ଉତ୍ତର ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।

Leave A Reply

Your email address will not be published.