ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରାହକଙ୍କୁ ଆଶ୍ୱସ୍ତି : କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମିଳିଛି ବଡ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି।

୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ୍‌ରେ ଏହି ପରିବର୍ତ୍ତନ ଘଟିଛି। ସେପଟେ ଘରୋଇ ତଥା ୧୪.୨ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।କ୍ରମାଗତ ଷଷ୍ଠ ମାସ ପାଇଁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ମେ ମାସରେ ଏହାର ମୂଲ୍ୟ ୨୩୫୪ ଟଙ୍କାରେ ପହଞ୍ଚିଥିଲା, କିନ୍ତୁ ସେବେଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ସେପ୍ଟେମ୍ବରରେ ମଧ୍ୟ ୧୦୦ ଟଙ୍କା ଦର କମିଥିଲା।

ନୂଆ ରେଟ୍ ଅନୁଯାୟୀ, ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି । ବାସ୍ତବରେ ଏହି ପରିବର୍ତ୍ତନ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡରରେ ଘଟିଛି ।

ଏହି ଦର ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କାନିକୁମାରୀ ପର୍ଯ୍ୟନ୍ତ ଲାଗୁ ହୋଇଛି । ସେପ୍ଟେମ୍ବରରେ ମଧ୍ୟ ୧୦୦ ଟଙ୍କା କମିଥିଲା ଦର । ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ୧୯ କିଲୋଗ୍ରାମ ଗ୍ୟାସ୍ ବିଶିଷ୍ଟ ଏକ ଇଣ୍ଡେନ୍ ଏଲପିଜି ସିଲିଣ୍ଡର ଆଜି ଅକ୍ଟୋବରରୁ ଦିଲ୍ଲୀରେ ୧୮୯୫.୫୦ ଟଙ୍କା, କୋଲକାତାରେ ୧୯୫୯ ଟଙ୍କା, ମୁମ୍ବାଇରେ ୧୮୧୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ଉପଲବ୍ଧ ହେବ । ଯେଉଁଠାରେ, ୧୪.୨ କିଲୋଗ୍ରାମର ଘରୋଇ ଖଚଏ ସିଲିଣ୍ଡର କେବଳ ୬ ଜୁଲାଇ ହାରରେ ଉପଲବ୍ଧ । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.