ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜକନିକାରେ କମେଡିଆନ ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଦାଙ୍କ ଛୁପାରୁସ୍ତମ ବାହାଘର 

ରାଜକନିକା : ନିଜର କମେଡି ଚରିତ୍ର ପାଇଁ ଓଡିଶାର ଘରେ ଘରେ ପରିଚିତ କମେଡିଆନ ପ୍ରଜ୍ଞାଙ୍କ ସହ ଅଭିନେତ୍ରୀ ସୁନନ୍ଦାଙ୍କର ଆଜି ରାଜକନିକାରେ ବିବାହ ଉତ୍ସବ ବୈଦିକ ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ଆଗୁଆ ସୂଚନା ନ ଥାଇ ହଠାତ ଅପରାହ୍ନ ୧ଟା ବେଳେ ବରଯାତ୍ରୀଙ୍କ ସହ ପ୍ରଜ୍ଞା ବରବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣପଡିଆରେ ପହଂଚିବା କ୍ଷଣି ବାଣରୋଷଣୀର ଶବ୍ଦ ଶୁଭିବାରୁ କୁଆଟେ କ ଣ ହେଉଛି ,ତାହା ଜାଣିବା ସମ୍ଭବ ନ ଥିଲା । ହେଲେ କାଳେ ପ୍ରଜ୍ଞାକୁ ବରବେଶରେ ଦେଖିବା ପରେ କିଛି ସିରିଏଲର ସୁଟିଂ ହେଉଥିବ ଭାବି ଧୀରେ ଧୀରେ ଜନଗହଳି ବଢିବା ବେଳକୁ ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁ୍‌ଦା ପଡିଆରେ ଥିବା ରାଜକନିକା ଆଥଲେଟିକ ଆସୋସିଏସନ ଆଡକୁ ମୁହାଁଇଥିଲେ ।
ଆଥଲେଟିକ ଆସୋସିଏସନ ସମ୍ମୁଖରେ ଆଗରୁ ତରବରିଆ ଭାବରେ ବିବାହ ଭୋଜି ପ୍ରସ୍ତୁତ ହେବା ସହ ଟେଣ୍ଟ ମଧ୍ୟ ଲାଗି ସାରିଥିଲା । ଅଧିକ ଭିଡ ହେବା ଆଗରୁ ଟେଣ୍ଟର ଭିତର ପଟୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇ ବୈଦିକ ରୀତିନିତିରେ ବିବାହ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଧୀରେ ଧୀରେ ଖବର ପ୍ରସାର ହେବା ଦେଖି ଉଭୟ ବରପକ୍ଷ ଓ କନ୍ୟାପକ୍ଷ ସ୍ଥାନୀୟ ଗ୍ରାମର ଯୁବବନ୍ଧୁଙ୍କ ସହାୟତାରେ କୋଭିଡ କଟକଣା ମାନି ବିବାହରେ ସହଯୋଗ ରଖିବାକୁ ପ୍ରଜ୍ଞାଙ୍କ ବଡଭାଇ ପ୍ରଣିପାତ ଖଟୁଆ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ କିଛି ଦିନ ଆଗରୁ ଉଭୟ ପ୍ରଜ୍ଞା ଓ ସୁନନ୍ଦାଙ୍କ ଏନଗେଜମେଂଟ ସରିଥିଲା। ହେଲେ କେବେ ବିବାହ ତାହା କୁହାଯାଇନଥିଲା। ହେଲେ ଆଜି ହଠାତ ରାଜକନିକାରେ ପ୍ରଜ୍ଞା ଓ ସୁନନ୍ଦା ବିବାହ ବନ୍ଧନରେ ଆବଦ୍ଧ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅନୁସଂନ୍ଧାନ ମୁତାବକ ନିଶ୍ଚିତକୋଇଲି ଅଂଚଳର ବର ପ୍ରଜ୍ଞାରଂଜନ ଭଦ୍ରକ ଜିଲ୍ଲା ଧୁଷୂରୀ ଅଂଚଳର ବଳରାମ ପରିଡାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିବାକୁ ଥିବା ବେଳେ କୋଭିଡ କଟକଣା ଯୋଗୁ ଏଭଳି ଏକ ହାଇପ୍ରୋଫାଇଲ ବିବାହ ସମ୍ଭବ ନ ହେବା,ଏବଂ ବଳରାମ ଯେହେତୁ ରାଜକନିକାରେ ଆଗରୁ ଚାକିରୀ କରିଥିଲେ ଏବଂ  ଊଭୟ ଧୁଷୁରୀ ଓ ନିଶ୍ଚିନ୍ତକୋଇଲିର ମଧ୍ୟସ୍ଥଳରେ ରାଜକନିକାକୁ ବଛା ଯାଇଥିବା ବରପକ୍ଷ ପକ୍ଷରୁ କୁହାଯାଇଛି । ତେବେ ସେ ଯେମିତି ବି ହେଉ ରାଜକନିକାର କତିପୟ ଜନତାଙ୍କ ସ୍ୱଚକ୍ଷୁରେ ଓଲିଉଡର ଏଭଳି ଏକ ଚର୍ଚ୍ଚିତ ବିବାହ ଦେଖିବାର ସୁଯୋଗ ମିଳିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।
Leave A Reply

Your email address will not be published.