ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶିମିଳିପାଳରେ ହେବ କମ୍ବିଂ

ଭୁବନେଶ୍ୱର : ଖୁବ୍‍ଶୀଘ୍ର ଶିମିଳିପାଳରେ ଆରମ୍ଭ ହେବ କମ୍ବିଂ। ତାହା ପୁଣି ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ କରାଯିବ। ସ୍ୱତନ୍ତ୍ର ବ୍ୟାଘ୍ର ସଂରକ୍ଷଣ ଦଳ (ସ୍ପେଶାଲ ଟାଇଗର ପ୍ରୋଟେକ୍ସନ୍‍ ଫୋର୍ସ) ଦ୍ୱାରା ଶିକାରୀ କୁକୁର ଓ ଡ୍ରୋନ୍‍କୁ ମାଧ୍ୟମ କରି ଏହି କମ୍ବିଂ ହେବ। କର୍ଣ୍ଣାଟକ ସ୍ଥିତ ଭାରତର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରେ ଦ୍ୱିତୀୟ ଥର ପାଇଁ ଶିମିଳିପାଳରେ ଏଭଳି କମ୍ବିଂ କରାଯିବ। ଯାହାଦ୍ୱାରା ଶିମିଳିପାଳ ଭିତରେ ଥିବା ଗାଁଗୁଡିକର ଲୋକମାନେ ଜଙ୍ଗଲରେ ଅବାଧପ୍ରବେଶ କରିପାରିବେ ନାହିଁ।

ଏ ବାବଦରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀ କହିଛନ୍ତି; ପୂର୍ବରୁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ୍‍ ଫୋର୍ସ (ଏସ୍‍ଟିପିଏଫ୍‍)ଙ୍କ ପାଖରେ ଦକ୍ଷତା ଓ ସମ୍ବଳର ଅଭାବ ଥିଲା। ସେମାନେ କେବଳ ୱାଚର ଭାବେ କାମ କରୁଥିଲେ। ମାତ୍ର ଏବେ ସମୟ ବଦଳିଛି। ୫୬ ଜଣ ଏସ୍‍ଟଇପିଏଫ୍‍ଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କ ପରିଶ୍ରମ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସମସ୍ତ ଦକ୍ଷ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ୍‍ ଫୋର୍ସ ସଦସ୍ୟ ଭଞ୍ଜାବସା, ଜେନାବିଲ ଓ ଗୁଡୁଗୁଡିଆର ଦୁଇଟି କୋର ଅଞ୍ଚଳରେ ନିୟୋଜିତ ହୋଇଛନ୍ତି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଏମ୍‍ ଯୋଗେୟାନନ୍ଦ କହିଛନ୍ତି ବର୍ତ୍ତମାନ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ୍‍ ଫୋର୍ସ ପାଖରେ ଦକ୍ଷ ଅଧିକାରୀମାନେ ଅଛନ୍ତି। ଯେଉଁମାନେ କି ଆଗାମୀ ଦିନରେ ଶିମିଳିପାଳରେ ହେବାକୁ ଥିବା ସମସ୍ତ ପ୍ରକାର ବନ୍ୟଜନ୍ତୁ ଅପରାଧକୁ ସଙ୍ଗଠିତ ହେବାରୁ ରକ୍ଷା କରିବେ। ଖୁବ୍‍ଶୀଘ୍ର ଆମେ ପୁଲିସ ଦ୍ୱାରା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତାଲିମ ଆରମ୍ଭ କରିବୁ। ସ୍ପେଶାଲ ଟାଇଗର ପ୍ରୋଟେକ୍ସନ୍‍ ଫୋର୍ସ ସଦସ୍ୟ ଏଣିକି ଜଙ୍ଗଲ ଭିତରେ ଗଲାବେଳେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ସହ ନିଜର ଲାଠି ଓ ବନ୍ଧୁକ ନେଇ ଯିବେ। ସେହିପରି ବନାଞ୍ଚଳ ଅଧିକାରୀ ରିଭଲଭର ନେଇ ଜଙ୍ଗଲ ଭିତରେ ପ୍ରବେଶ କରିବେ।

Leave A Reply

Your email address will not be published.