ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡରେ ଫାଟିଲା ଥଣ୍ଡା ବୋତଲ

ଭୁବନେଶ୍ବର : ଖାରବେଳନଗର ଥାନା ଅଞ୍ଚଳରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଥଣ୍ଡା ବୋତଲରେ ଛେଚି ଦେଇଛନ୍ତି ଜଣେ ପୂର୍ବକ । ଏହି ଘଟଣାରେ ଖାରବେଳନଗରର ରାଜୁ ନାୟକକୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ ଉକ୍ତ ଅଞ୍ଚଳର ଅଭିଯୁକ୍ତ ରାଜୁ ସହ ବିଜୁ ସାହୁର କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଜୁ ରାଗିଯାଇ ବିଜୁଙ୍କ ମୁଣ୍ଡକୁ ଥଣ୍ଡା ବୋତଲରେ ଛେଚି ଦେଇଥିଲେ। ବିଜୁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପୁଲିସ ଭର୍ତ୍ତି କରିଥିଲା।