ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରରୁ ଜବତ କୋକେନ୍‌ର ଗୁମର ଖୋଲିଲା କ୍ରାଇମବ୍ରାଞ୍ଚ, ୬ଟି ଦେଶରୁ ଭୁବନେଶ୍ୱର ଆସୁଥିଲା କୋକେନ୍

ଭୁବନେଶ୍ବର : ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବରରୁ ମିଳିଥିବା ଏହି ଦାମୀ ନିଶାର ରହିଛି ବିଦେଶୀ ଲିଙ୍କ୍‌। ଗିରଫ ନିଶା ବେପାରୀ ରବିର ମୋବାଇଲରୁ କୋକେନ୍ ମାଫିଆଙ୍କ ସିକ୍ରେଟ୍ ସାମ୍ନାକୁ ଆସିଛି। ବିଦେଶ ରୁ ଓଡ଼ିଶାକୁ ଆସୁଥିଲା କୋକେନ୍ । ୬ଟି ଦେଶର ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଚୀନ, ଫ୍ରାନ୍ସ, ଆମେରିକା, ସୁଇଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକା ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଅଭିଯୁକ୍ତ ରବିର ମୋବାଇଲରୁ ମିଳିଛି ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ନିଶା କାରବାରରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ମାମଲାରେ ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି । ବାହାର ରାଜ୍ୟ ଲିଙ୍କ ନେଇ ପଚରାଉଚରା କରିଛି । ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ଏସଟିଏଫ୍ ।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଗିରଫ ଦୁଇ ଅଭିଯୁକ୍ତ ଅନ୍ୟ ଦେଶର ଡ୍ରଗ ପେଡଲରମାନଙ୍କ(ଡ୍ରଗ୍ସ ଦଲାଲ) ସହ ଯୋଗାଯୋଗରେ ଥିଲେ । ୬ଟି ଦେଶରୁ ଏହି କୋକେନ ଆସୁଥିଲା । ଚୀନ, ଫ୍ରାନ୍ସ, ଆମେରିକା, ସ୍ୱିଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥଆଫ୍ରିକାରୁ କୋକେନ ଦିଲ୍ଲୀ ଆସୁଥିବାବେଳେ ସେଠାରୁ ଓଡିଶା ଆସୁଥିଲା କୋକେନ୍ । ଏସଟିଏଫ୍ ରାଜଧାନୀରୁ କୋକେନ୍ ମିଳିବା ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ଏସ୍ଟିଏଫ୍। ଆଉ ଅଭିଯୁକ୍ତ ରବିର ମୋବାଇଲ ଖୋଲିଛି କୋକେନ୍ ସିକ୍ରେଟ। ରବି ଏକାଧିକ ମୋବାଇଲରେ ଲୋକଙ୍କ ସହ କଥା ହୋଇ ଡିଲ କରିଥିବା ଏସଟିଏଫ୍ ଜାଣିବାକୁ ପାଇଛି । ଲୋକେସନ ଟ୍ରାକ ଭୟରେ, ଭିନ୍ନ ଭିନ୍ନ ଫୋନ ଯୋଗେ କଥା ହେଉଥିଲା ଏହି କୋକେନ ଦଲାଲ। ସେ କଲ ଡିଟେଲସ ରେକର୍ଡ ଭୟରେ ହ୍ବାଟସଅପ ଓ ଟେଲିଗ୍ରାମକୁ ମାଧ୍ୟମ କରିଥିଲା। ଆଉ ଏବେ ଏହି ମୋବାଇଲରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏସବୁ ପଛରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ଅନ୍ୟପଟେ ଡ୍ରଗ ପେଡଲରମାନଙ୍କ ଟାର୍ଗେଟରେ ଥିଲେ  ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ବକପର ଦର୍ଶକ। ବିଦେଶୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରାଜସ୍ଥାନୀ ଯୁବକ ଦ୍ବୟ ଭୁବନେଶ୍ୱରକୁ କୋକେନ୍ ଆଣିଥିଲେ ବୋଲି ସନ୍ଦେହ ହେଉଛି । କୋକେନର କ୍ଵାଲିଟି ଟେଷ୍ଟ ପାଇଁ ଏସଟିଏଫ୍ ନମୁନା ପଠାଇଛି । ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ମୂଳ ଲକ୍ଷ୍ୟ ।

ସୂଚନାଯୋଗ୍ୟ, ଏସ୍‌ଟିଏଫ୍‌ ଟିମ୍‌ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍‌ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଥିଲା । ସେମାନେ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍‌ବାସ ଅଞ୍ଚଳର ରବି ସିଂ ଓ ଝୁନ୍‌ଝୁନ୍‌ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାର। ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରୁହେ। ଜବତ କୋକେନ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋକେନ୍‌ ଜବତ ଘଟଣା ରାଜ୍ୟରେ ପ୍ରଥମ।

Leave A Reply

Your email address will not be published.