ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରୁ କୋକେନ ଜବତ ମାମଲା: ହକି ବିଶ୍ୱକପକୁ ଟାର୍ଗେଟ କରିଥିଲା ମାଫିଆ, ବିଦେଶୀ ଦର୍ଶକଙ୍କୁ ହୋଇଥାନ୍ତା ବିକ୍ରି

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ କୋକେନ୍ ଜବତ ମାମଲାରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପକୁ ଆଖି ଆଗରେ ରଖି ଭୁବନେଶ୍ୱରକୁ କୋକେନ୍ ଆସିଥିଲା ବୋଲି ଏସଟିଏଫକୁ ସୂଚନା ମିଳିଛି । ବିଶ୍ୱକପ ପୂର୍ବରୁ ମାଷ୍ଟରମାଇଣ୍ଡ ରବି ମାର୍କେଟ ପ୍ରସ୍ତୁତ କରିଥିଲା । ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ପାଇଁ କରିଥିଲା ଯୋଜନା । ବିଦେଶୀ ଦର୍ଶକ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ କରାଯାଇଥାନ୍ତା ଯୋଗାଯୋଗ । ରବିର ବିଗ୍ ବସ୍ ଦିଲ୍ଲୀର ତୁର୍କମାନ ଗେଟରେ ରହୁଛି । ସେଠାରୁ ଓଡ଼ିଶାକୁ ସପ୍ଲାଏ ହେଉଚି କୋକେନ୍ । ୨୦୧୦ରେ କମନୱେଲଥ ଗେମ୍‌ ସମୟରେ କୋକେନ୍ ବ୍ୟବସାୟ ଆରମ୍ଭ କରିଥିଲା ରବି ।

ବିଶ୍ୱକପ ସମୟରେ ଅନେକ ବିଦେଶୀ, ବଡବଡିଆ ରାଜଧାନୀକୁ ଆସିବେ । ଏମାନଙ୍କୁ ଟାର୍ଗେଟ କରି କୋକେନକୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲେ ବେପାରୀ । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ମିଳିଥିବାରୁ ଏହି କୋକେନ କାରବାର ପଛରେ ଦକ୍ଷିଣ ଆଫ୍ରିକାର ଲିଙ୍କ ଥିବା ଏସଟିଏଫ ସନ୍ଦେହ କରୁଛି ।

ରବି ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିଲା । ରବି ଓ ସନ୍ନିଙ୍କ ଫୋନ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ କୋକେନର ଡିମାଣ୍ଡ ଖୁବ୍ ରହୁଛି । କୋକେନ୍ କେଜି ପିଛା ୩ କୋଟିରୁ ୭ କୋଟିରେ ବିକ୍ରି କରୁଥିଲା ରବି । ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି ଏସଟିଏଫ ।

Leave A Reply

Your email address will not be published.