ଆସିବ କୋକା-କୋଲା ଫୋନ୍‌: ଲିକ୍‌ ହେଲା ଡିଜାଇନ୍ ଓ ଫିଚର

ନୂଆଦିଲ୍ଲୀ: କୋକାକୋଲା ଆଣିବାକୁ ଯାଉଛି ମୋବାଇଲ ଫୋନ୍। କୋକାକୋଲାର ଏହି ଫୋନ୍ ଖୁବ୍ ଶୀଘ୍ର ଭାରତୀୟ ବଜାରକୁ ଆସିବାକୁ ଯାଉଛି। ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ଏହି ଫୋଡ଼୍ ବଜାରେକୁ ଆସିବ। କୋକାକୋଲା ଏଥିପାଇଁ ସ୍ମାର୍ଟଫୋନ୍ ବ୍ରାଣ୍ଡ ସହ ସହଭାଗିତା କରିଥିବା ଜଣାଯାଇଛି। ରିପୋର୍ଟ ଅନୁସାରେ, ରିଏଲମି ୧୦ ୪ଜିକୁ କୋକାକୋଲା ଫୋନ୍‌ ନାମରେ ବଜାରକୁ ଅଣାଯିବ। ଫୋନ୍‌ର ଫିଚର୍ସ ରିଅଲ୍‌ମିର ଫୋନ୍‌ ଭଳି ହେବ। କୋକାକୋଲା ଫୋନ୍‌ରେ ରିଅଲମି୧୦ ୪ଜି ଭଳି ମିଡିଆଟେକ୍‌ ହେଲିଓ ଜି୯୯ ପ୍ରୋସେସର ସହ ୬.୪ ଇଞ୍ଚର ଡିସପ୍ଲେ ଉପଲବ୍ଧ ହେବ। କୋକାକୋଲା ଫୋନ୍ ଲାଲ ରଙ୍ଗରେ ଦିଆଯିବ। କୁହାଯାଉଛି ଯେ, କୋକାକୋଲା ଫୋନ୍ ରିଏଲମି ୪-ଜି ଫୋନ୍‌ର ରି-ବ୍ରାଣ୍ଡେଡ୍ ଭର୍ସନ ହେବ।

Leave a comment