ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୧୦ ଫୁଟ୍ ତଳକୁ ଖସିଲା ବସ୍ , ୬ ମୃତ, ୨୦ରୁ ଅଧିକ ଆହାତ

ବାଲେଶ୍ଵର : ମାଣତ୍ରି ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶାନ୍ତିଲତା ଯାତ୍ରୀ ବାହି ବସ ବହାନାଗା ବିଦୁ ଛକ ଠାରେ ଛିଡା ହୋଇଥିବା ବେଳେ ଏକ ଓଡ଼ି୨୧ଏଜ୦୦୭୬ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଦାମଦର ମେଳାରୁ ଫେରି ଉକ୍ତ ସ୍ଥାନରେ ବସଟି ଛିଡ଼ା କରି ଯାତ୍ରୀ ମନେ ରାସ୍ତା ପାର୍ଶ୍ୱକୁ  ଯାଉଥିବା ସମୟରେ ଦୁର୍ଘଟଣା ଘଟି ଉଭୟ ବସ ଓ ଟ୍ରକ ଓଲଟି ପଡିବା ଯଗୁଁ ଅଧିକ ରୁ ଅଧିକ ଯାତ୍ରୀ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନେ ୧୦୮ ଜରୀଆରେ ନିକଟସ୍ଥ ସୋର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ତେବେ ଘଟଣା ସ୍ଥଳରେ ମା, ଛୁଆ ଙ୍କୁ ମିଶାଇ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ପୋଲିସ ପହଞ୍ଚି କ୍ରେନ ମାଧ୍ୟମରେ ଟ୍ରକ ଓ ବସ କୁ ଉଠାଇବାକୁ ଉଦ୍ୟମ କରିବା ସହିତ ଲୋକଙ୍କୁ ଉଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.